Latest Odisha News

BREAKING NEWS

ଆକ୍ସନ ମୋଡରେ ରାଜ୍ୟ ଖଣି ବିଭାଗ, ଧର୍ମଶାଳାର ବିଭିନ୍ନ ଖଣି ଖାଦାନ ଉପରେ ଚଢ଼ାଉ

ଯାଜପୁର: ଆକ୍ସନ ମୋଡରେ ରାଜ୍ଯ ଖଣି ବିଭାଗ। ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର ବିଭିନ୍ନ କଳାପଥର ଖାଦାନରେ ଚଢାଉ କରିଛି ବିଭାଗ। ରାଜ୍ୟ ଖଣି ବିଭାଗ ପକ୍ଷରୁ ଚାଲିଛି ବଡ଼ ଧରଣର ଚଢ଼ାଉ। ଲୁଣିବର, ଚଢ଼େଇଧରା, ଡଙ୍କାରୀ ପ୍ରମୁଖ ଖଣି ଅଞ୍ଚଳରେ ଚଢ଼ାଉ ହୋଇଛି।

ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଆବେଦନ କ୍ରମେ ରାଜ୍ୟ ଖଣି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଏନଏନ ସିଂହଦେଓଙ୍କ ନେତୃତ୍ବରେ ଧର୍ମଶାଳା ତହସିଲର ଲୁଣିବର, ଚଢେଇଧରା, ଡଙ୍କାରି ଆଦି ଅଞ୍ଚଳରେ ଥିବା କଳା ପଥର ଖାଦାନ ଉପରେ ଚଢାଉ ହୋଇଛି।

ଏହି ଚଢାଉ ସମୟରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଟି ବି ମୁଣ୍ଡା ଡେପୁଟି ଡାଇରେକ୍ଟର, ଜିଲ୍ଲା ଖଣି ଅଧିକାରୀ ଜୟ ପ୍ରକାଶ ନାୟକ ପ୍ରମୁଖ ବିଭିନ୍ନ ଖାଦାନ ବୁଲି ଦେଖିଥିଲେ। ଏହାସହ ଗୋଟିଏ କ୍ରସରକୁ ସିଲ୍ କରିଛନ୍ତି ଏବଂ ଗୋଟିଏ ପ୍ରୋକଲିନ ମେସିନ ଜବତ କରିଛନ୍ତି। ପ୍ରଥମିକ ଆକଳନ ପରେ ପଦକ୍ଷେପ ନିଆଯିବ ବୋଲି ଖଣି ବିଭାଗ ଯୁଗ୍ମ ନିର୍ଦ୍ଦେଶକ କହିଛନ୍ତି।

Comments are closed.