Latest Odisha News

BREAKING NEWS

ଏଥର ଭାରତୀୟ ୱେଟଲିଫ୍ଟରଙ୍କ ସମସ୍ତ ଭାର ଏକାକୀ ଉଠାଇବେ ମୀରବାଇ ଚାନୁ

ନୂଆଦିଲ୍ଲୀ: ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ପାଇଁ ୱେଟଲିଫ୍ଟିଂରେ ଭାରତର ଏକମାତ୍ର ଆଥଲେଟ ପାଇଁ ମୀରାବାଇ ଚାନୁ ଯୋଗ୍ୟତା ହାସଲ କରିଛନ୍ତି । ମହିଳା ୪୯ କିଗ୍ରା ୱେଟ କିଗ୍ରାରେ ସେ କ୍ୱାଲିଫାଇ କରିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଥିବା ମୀରାବାଇ ଏଥର ସ୍ୱର୍ଣ୍ଣ ହାସଲ ଉଦ୍ୟମରେ ରହିବେ । ଅନ୍ୟ ଅର୍ଥରେ ଭାରତୀୟ ୱେଟଲିଫ୍ଟରଙ୍କ ସମସ୍ତ ଭାର ଏକାକୀ ମୀରାବାଇଙ୍କ ଉପରେ ରହିବ । ଟୋକିଓରେ ସେ ୨୦୨ କିଗ୍ରା ଉଠାଇ ରୌପ୍ୟ ପଦକ ଜିତିଥିଲେ । ଟୋକିଓରୁ ପ୍ୟାରିସ ଗେମ୍ସ ପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥିଲା । ଆଘାତ ସମସ୍ୟାରୁ ମୁକୁଳିବା ପରେ ସେ ଆନ୍ତର୍ଜାତୀୟ ମୁକାବିଲାରେ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ ।

ଏପ୍ରିଲରେ ସେ ବିଶ୍ୱକପରେ ୧୮୪ କିଗ୍ରା ଭାର ଉଠାଇ ପ୍ୟାରିସ ଗେମ୍ସ ପାଇଁ ଟିକେଟ କାଟିଥିଲେ । ମୀରାବାଇଙ୍କୁ ସ୍ୱର୍ଣ୍ଣ ପଦକ ହାସଲ ପାଇଁ ଚୀନର ହୋଉ ଝିଝୁଇଙ୍କ ସହ କଡା ମୁକାବିଲା କରିବାକୁ ପଡିବ । ତାଙ୍କ ନାମରେ ଅଲିମ୍ପିକ ଓ ବିଶ୍ୱରେକର୍ଡ ରହିଛି । ୭ ଅଗଷ୍ଟରୁ ୧୧ ପର୍ଯ୍ୟନ୍ତ ୱେଟଲିଫ୍ଟିଂ ମୁକାବିଲା ଆୟୋଜିତ ହେବ । ଅଗଷ୍ଟ ୭ରେ ମୀରାବାଇ ମୁକାବିଲାରେ ଅବତୀର୍ଣ୍ଣ ହେବେ । ୫୭ ଦେଶର ୧୨୨ ୱେଟଲିଫ୍ଟର ଏଥର ଅଂଶଗ୍ରହଣ କରୁଛନ୍ତି । ଓଭରାଲ ୩୦ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱୀତା ହେବ । ଭାରତ ପକ୍ଷରୁ କେବଳ କର୍ଣ୍ଣମ ମାଲ୍ଲେଶ୍ୱରୀ ଓ ମୀରାବାଇ ପଦକ ଜିତିଛନ୍ତି ।

Comments are closed.