Latest Odisha News

BREAKING NEWS

ଦୁଇଦିନ ଭିତରେ ନିଟ-ୟୁଜି ଚୂଡାନ୍ତ ରେଜଲ୍ଟ ଘୋଷଣା କରିବ ଏନଟିଏ: ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ଦୁଇଦିନ ଭିତରେ ନିଟ-ୟୁଜି ରେଜଲ୍ଟ ଘୋଷଣା କରିବ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) । ଏନେଇ ଘୋଷଣା କରିଛନ୍ତି ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏକ ସାମ୍ବାଦିକ ସମ୍ମିଳନୀରେ ଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ NTA ଦୁଇ ଦିନ ମଧ୍ୟରେ NEET-UGର ଚୂଡ଼ାନ୍ତ ଫଳାଫଳ ଘୋଷଣା କରିବ।

ସୁପ୍ରିମକୋର୍ଟଙ୍କ ପର୍ଯ୍ୟବେକ୍ଷଣ ଅନୁଯାୟୀ ପରୀକ୍ଷାର ଯୋଗ୍ୟତା ତାଲିକାରେ ସଂଶୋଧନ କରାଯିବ ବୋଲି ସେ ଉଲ୍ଲେଖ କରିଛନ୍ତି।

ତେବେ ଏହି ପ୍ରସଙ୍ଗରେ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ସୁପ୍ରିମକୋର୍ଟ ଦେଇଥିବା ରାୟ ଦ୍ୱାରା ସତ୍ୟର ବିଜୟ ହୋଇଛି।ଛାତ୍ରୀଛାତ୍ରଙ୍କ ସ୍ବାର୍ଥ ବଜାୟ ରଖୁଥିବା ଏହି ଐତିହାସିକ ରାୟ ପାଇଁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ।

Comments are closed.