Latest Odisha News

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪; ଭାରତୀୟ ଖେଳାଳିଙ୍କ ଡିଜାଇନର ପୋଷାକକୁ ନାପସନ୍ଦ କଲେ ଜନତା

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଧୁମଧାମରେ ଆରମ୍ଭ ହୋଇଛି। ଗୋଟିଏ ପଟେ ଏହି କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହରେ ଭାରତୀୟ ଖେଳାଳିଙ୍କୁ ଦେଖି ଗର୍ବ ଅନୁଭବ କରୁଥିବା ବେଳେ ଅନ୍ୟ ପଟେ ଭାରତୀୟ ଖେଳାଳିଙ୍କ ପୋଷାକକୁ ସମାଲୋଚନା କରାଯାଉଛି।

ଉଦଘାଟନୀ ସମାରୋହରେ ୭୮ଜଣ ଆଥଲେଟ୍ ଏବଂ ଅଧିକାରୀଙ୍କ ସହ ଭାରତୀୟ କଣ୍ଟିଜେଣ୍ଟ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ପିଭି ସିନ୍ଧୁ ଏବଂ ଶରତ କମଲ ଧ୍ବଜାବାହକ ଭାବରେ ଅଂଶଗ୍ରହଣ କରିଥିଲେ।

ଏଥର ଉଦଘାଟନୀ ସମାରୋହରେ ଭାରତୀୟ ଖେଳାଳିମାନେ ସେଲିବ୍ରିଟି ଫ୍ୟାଶନ ଡିଜାଇନର୍ ତରୁଣ ତାହିଲିଆନିଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ପୋଷାକ ପିନ୍ଧିଥିଲେ। ଯାହାକୁ ସୋସିଆଲ ମିଡିଆରେ ଖୁବ ସମାଲୋଚନା କରାଯାଇଛି।

ମହିଳାମାନେ ପ୍ରସିଦ୍ଧ ଇକତ ପ୍ରିଣ୍ଟ ଥିବା ତ୍ରିରଙ୍ଗା ରଙ୍ଗର ଶାଢି ପିନ୍ଧିଥିବା ବେଳେ ପୁରୁଷମାନେ ତ୍ରିରଙ୍ଗା ରଙ୍ଗର କୁର୍ତ୍ତା-ପାଇଜାମା ଏବଂ ବୁନ୍ଦି ଜ୍ୟାକେଟ୍ ପିନ୍ଧିଥିଲେ।

ତରୁଣ ତାହିଲିଆନିଙ୍କ ଡିଜାଇନର ପୋଷାକକୁ ନେଇ ନେଟିଜେନମାନେ ଖୁସି ନଥିବା ଦେଖିବାକୁ ମିଳୁଛି। ସୋସିଆଲ ମିଡିଆରେ ଖୁବ ସମାଲୋଚନା କରାଯାଉଛି। ନେଟିଜେନମାନଙ୍କ ମତରେ ଏହି ଡିଜାଇନର ଡ୍ରେସ ଅପେକ୍ଷା ମୁମ୍ବାଇର ରାସ୍ତାରେ ବିକ୍ରି ହେଉଥିବା ଶାଢି ଭଲ ବୋଲି କହିଛନ୍ତି।

Comments are closed.