Latest Odisha News

ମହାରାଷ୍ଟ୍ରରେ ହଜିଥିବା କୁକୁର ମାଲିକକୁ ଖୋଜି ଖୋଜି ପଳାଇ ଆସିଲା କର୍ଣ୍ଣାଟକ

ବେଙ୍ଗାଲୁର: କର୍ଣ୍ଣାଟକ ବେଲଗାୱୀରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସମ୍ମୁଖକୁ ଆସିଛି । କମଳେଶ କୁମ୍ଭାର ଆଷାଢ଼ ଏକାଦଶୀ ଓ କାର୍ତିକ ଏକାଦଶୀ ଦିନ ଦକ୍ଷିଣ ମହାରାଷ୍ଟ୍ରର ତୀର୍ଥନଗର ଯାଇଥାନ୍ତି । ଏଥର ମଧ୍ୟ ସେ ପରିବାର ଓ ପୋଷା କୁକୁର (ମହାରାଜ) ସହ ସେଠାକୁ ଯାଇଥିଲେ । ଗହଳିରେ କୁକୁରଟି ହଜି ଯାଇଥିଲା । ବହୁତ ଖୋଜିବା ପରେ ସେମାନେ ମନ ଦୁଃଖରେ ପଳାଇ ଆସିଥିଲେ । ଗଲାବେଳକୁ ସେମାନେ ଭଜନ କୀର୍ତନ କରି ଯାଇଥିଲେ । ଆସିଲାବେଳକୁ ମନ ଦୁଃଖରେ ଫେରିଥିଲେ । କିଛି ଦିନ ପରେ ଥରେ କମଳେଶ ସକାଳ ବେଳେ କବାଟ ଖୋଲିଲା ବେଳକୁ ମହାରାଜକୁ ଦେଖିଥିଲେ । ସେ ଲାଙ୍ଗୁଡ ହଲେଇ ଅପେକ୍ଷା କରିଥିଲା ।

ମହାରାଜର ପ୍ରତ୍ୟାବର୍ତନରେ ଗ୍ରାମବାସୀ ଖୁସି ମନେଇବା ସହ ତାକୁ ଫୁଲମାଳ ଦେଇ ସ୍ୱାଗତ କରିଥିଲେ । ସେ ଦିନ ଗ୍ରାମରେ କମଳେଶ ଭୋଜି ଦେଇଥିଲେ । ଭଗବାନ ପାଣ୍ଡୁରଙ୍ଗ ଆମ ମହାରାଜାକୁ ବୋଧହୁଏ ବାଟ ଦେଖାଇଥିଲେ । ୨୫୦ କିଲୋମିଟର ଦୂରରୁ ସକୂଶଳେ ଫେରିବା ବିଶ୍ୱାସଯୋଗ୍ୟ ହେଉ ନାହିଁ ବୋଲି ସେ କହିଛନ୍ତି । ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Comments are closed.