Latest Odisha News

BREAKING NEWS

ପରଦାକୁ ଆସିଲା ସବ୍ୟ ଓ ଏଲିନାଙ୍କ ଅଭିନୀତ ଫିଲ୍ମ ‘ମାଲ୍ ମହୁ ଜୀବନ ମାଟି’…

ଭୁବନେଶ୍ୱର: ବହୁ ଦିନର ଅପେକ୍ଷା ପରେ ଅଭିନେତା ସବ୍ୟସାଚୀ ଓ ଚୁଲବୁଲି ଏଲିନାଙ୍କ ଅଭିନିତ ଓଡିଆ ଫିଲ୍ମ ‘ମାଲ୍ ମହୁ ଜୀବନ ମାଟି’ ସିନେମା ହଲରେ ଆଜି ମୁକ୍ତିଲାଭ କରିଛି ।

ଅମର ମ୍ୟୁଜିକ୍ ଓ ଲେଡିକାର୍ଟ ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ ଫିଲ୍ମ ‘ମାଲ୍ ମହୁ ଜୀବନ ମାଟି’ ରେ ବଲିଉଡ ଅଭିନେତ୍ରୀ ସ୍ୱପ୍ନା ପତିଙ୍କ ବ୍ୟତୀତ ସବ୍ୟସାଚୀ, ଏଲିନା ଏବଂ ଅସୀମା ପଣ୍ଡା ବିଭିନ୍ନ ଭୂମିକାରେ ଅଭିନୟ କରୁଛନ୍ତି ।

ଏହି ଚଳଚ୍ଚିତ୍ରରେ ପ୍ରଯୋଜକ ଭାବେ ନବୀନ ଭଣ୍ଡାରୀ ରହିଥିବା ବେଳେ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ରମେଶ ରାଉତ ।

ସିନେମା ମାଧ୍ୟମରେ ଅସୀମା ପଣ୍ଡା ଡେବ୍ୟୁ କରୁଥିବା ବେଳେ ସ୍ୱର୍ଗତଃ ସଲିଲ ମିତ୍ରଙ୍କ ଏହା ଶେଷ ଫିଲ୍ମ । ଅନ୍ୟ ଏକ ଭୂମିକାରେ ନଜର ଆସିବେ ଜଣାଶୁଣା ବଲିଉଡ ଅଭିନେତ୍ରୀ ସ୍ୱପ୍ନା ପତି । ଆକ୍ଟିଂ କରିବା ପୂର୍ବରୁ ସ୍ୱପ୍ନା ମଡ଼େଲିଂ ଜଗତରେ ପାଦ ଥାପିଥିଲେ । ମଡ଼େଲିଂରେ ବିଶେଷ ସଫଳ ହୋଇ ବଲିଉଡ଼ ସିନେମାରେ ଅଭିନୟ କରିବାକୁ ସୁଯୋଗ ପାଇଥିଲେ ସୁନ୍ଦରୀ ସ୍ୱପ୍ନା ପତି ।

“ସ୍ୱପ୍ନାଙ୍କ ହାତରେ ଆଗକୁ ଅନେକ ବଲିଉଡ଼ ଓ ହଲିଉଡ଼ ସିନେମା ରହିଥିଲେ ମଧ୍ୟ ନିଜ ଭାଷାର ଫିଲ୍ମ ‘ମାଲ୍ ମହୁ ଜୀବନ ମାଟି’ରେ ଅଭିନୟ କରିବାର ସୁଯୋଗ ପାଇବା ପରେ ଏବେ ସେ ବେଶ୍ ଆନନ୍ଦିତ” ବୋଲି କୁହନ୍ତି ଚୁଲବୁଲି ନାୟିକା ସ୍ୱପ୍ନା ପତି ।

Leave A Reply

Your email address will not be published.