Latest Odisha News

BREAKING NEWS

ବେଲଜିୟମ ନିକଟରୁ ହାରିବା ସତ୍ୱେ କ୍ୱାର୍ଟରରେ ଭାରତୀୟ ହକି ଟିମ, ନିଖତ ବିଦା

ପ୍ୟାରିସ: ଭାରତୀୟ ହକି ଟିମ ଶେଷ ଲିଗ ମ୍ୟାଚରେ ବେଲଜିୟମ ନିକଟରୁ ପରାଜିତ ହୋଇଛି । ଅବଶ୍ୟ ଏହି ପରାଜୟ ସତ୍ୱେ ଟିମ ଇଣ୍ଡିଆ ପ୍ୟାରିସ ଅଲିମ୍ପିକ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ପୁଲ ବିରେ ଦ୍ୱିତୀୟ ସ୍ଥାନରେ ରହି ଭାରତ ତାର ଅଭିଯାନ ଶେଷ କରିଛି । ରୋମାଂଚକ ମୁକାବିଲାରେ ବେଲଜିୟମ ୨-୧ ଗୋଲରେ ଭାରତକୁ ପରାଜିତ କରିଥିଲା । ଆରମ୍ଭରୁ ଗୋଲ ସ୍କୋର କରି ଭାରତ ଅଗ୍ରଣୀ ରହିଥିଲେ ମଧ୍ୟ ଏହା ପରେ ବେଲଜିୟମ ମ୍ୟାଚକୁ ସଫଳ ପ୍ରତ୍ୟାବର୍ତନ କରିଥିଲା । ଭାରତ ପକ୍ଷରୁ ଅଭିଷେକ ଗୋଲ ସ୍କୋର କରିଥିବା ବେଳେ ବେଲଜିୟମ ତରଫରୁ ଷ୍ଟକବ୍ରୋରୋକ୍ସ ଓ ଡୋହେମାନ ଗୋଲ ଦେଇଥିଲେ ।

ଗୁରୁବାର ମହିଳା ବକ୍ସିଂରେ ପଦକ ଦାବୀଦାର ବିବେଚନା କରାଯାଉଥିବା ନିଖତ ଜରୀନ ରାଉଣ୍ଡ ୧୬ରେ ପରାଜିତ ହୋଇ ନିରାଶ କରିଛନ୍ତି । ୫୦ କିଗ୍ରା ବିଭାଗରେ ଏସିଆନ ଗେମ୍ସ ବ୍ରୋଞ୍ଜ ପଦକ ବିଜେତା ନିଖତ ଚୀନର ଉ ୟୁଙ୍କ ନିକଟରୁ ପରାଜିତ ହୋଇଥିଲେ । ମହିଳା ୨୦କିମି ରେସ ୱାକରୋ ପ୍ରିୟଙ୍କା ୪୨ତମ ସ୍ଥାନରେ ରହିଥିଲେ । ପୁରୁଷ ୨୦କିମି ରେସ ୱାକରେ ବିକାଶ ସିଂ ୩୦ତମ ଓ ପରମଜିତ ସିଂ ୩୭ତମ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି ।

Comments are closed.