Latest Odisha News

BREAKING NEWS

ମମତା ବିଜେପିକୁ ଆସିଲେ, ଆମେ ତାଙ୍କୁ ସ୍ବାଗତ କରିବୁ:ବିଶେଶ୍ୱର ଟୁଡୁ

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ପଦରୁ ମମତା ମହନ୍ତଙ୍କ ଇସ୍ତଫା ପରେ ଜାରି ରହିଛି ରାଜନୀତି ବୟାନବାଜି l ମମତାଙ୍କ ଇସ୍ତଫାକୁ ନେଇ ବରିଷ୍ଠ ବିଜେପି ନେତା ବିଶେଶ୍ୱର ଟୁଡୁଙ୍କ ପ୍ରତିକ୍ରିୟା l ମମତାଙ୍କୁ ବିଜେପି ଭଲ ଲାଗିଲେ, ସେ ଦଳରେ ଯୋଗ ଦେଇପାରନ୍ତି l ମମତା ବିଜେପିକୁ ଆସିଲେ, ଆମେ ତାଙ୍କୁ ସ୍ବାଗତ କରିବୁ ବୋଲି କହିଛନ୍ତି ବିଶେଶ୍ୱର l ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦଳ ନିଜ ଲୋକଙ୍କୁ ନପଚାରିବାରୁ ମମତା ଦଳ ଛାଡ଼ି ଥାଇପାରନ୍ତି l ବିଜେଡିକୁ ଭାଙ୍ଗିବାରେ ବିଜେପିର କୌଣସି ହାତ ନାହିଁ l ଦଳ ମୋତେ ଟିକେଟ ଦେଲାନି ତଥାବି ମୁଁ କାମ କରିଛି ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବିଶେଶ୍ବର ଟୁଡୁ l
ସୂଚନାଯୋଗ୍ୟ ଯେ, ଗତକାଲି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ବିଜେଡି ସାଂସଦ ମମତା ମହନ୍ତ l ୨୦୨୦ରେ ରାଜ୍ୟସଭାକୁ ବିଜେଡି ଟିକେଟ୍‌ରେ ନିର୍ବାଚିତ ହୋଇଥିଲେ ମମତା । ରାଜ୍ୟସଭା ସାଂସଦ ସହ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଥିଲେ ମମତା । ରାଜ୍ୟସଭା ସାଂସଦ ପଦରୁ ମମତାଙ୍କ ଇସ୍ତଫା ପରେ ଏବେ ରାଜ୍ୟସଭାରେ ବିଜେଡି ସାଂସଦ ସଂଖ୍ୟା ୮କୁ ଖସିଛି । କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ ହେଉଛନ୍ତି ମମତା ମହନ୍ତ । ମମତାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇନଥିବା ବେଳେ ଅଧାରୁ ସେ ଇସ୍ତଫା ଦେଇଛନ୍ତି।

Comments are closed.