Latest Odisha News

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪: ଗୋଲ୍ଡ ମେଡାଲ୍ ଜିତିବା ପରେ ନିଆରା ଢଙ୍ଗରେ ପ୍ରପୋଜ କଲେ ବଏଫ୍ରେଣ୍ଡ

ପ୍ୟାରିସ୍: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଗେମ୍ସରେ ଚାଇନାର ଅଲିମ୍ପିଆନ୍ ହୁଆଙ୍ଗ ୟ କିଓନଗ ଏକ ସ୍ୱର୍ଣ୍ଣ ପଦକ ହାସଲ କରିବା ସହ ତାଙ୍କୁ ବିବାହ ପ୍ରସ୍ତାବ ମିଳିଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

୩୦ ବର୍ଷୀୟ ବ୍ୟାଡମିଣ୍ଟନ ଖେଳାଳି ଏବଂ ତାଙ୍କ ଡବଲ୍ସ ପାର୍ଟନର ଜେଙ୍ଗ ସିୱାଇ ଅଗଷ୍ଟ ୨ ତଥା ଗୁରୁବାର ଦିନ ଦକ୍ଷିଣ କୋରିଆ ଦଳ କିମ ୱନ-ହୋ ଏବଂ ଜୋଙ୍ଗ ନା-ଇଉନଙ୍କ ବିପକ୍ଷରେ ବ୍ୟାଡମିଣ୍ଟନ ମିକ୍ସଡ ଡବଲ୍ସରେ ସ୍ୱର୍ଣ୍ଣ ଜିତିଛନ୍ତି।

ପଦକ ସମାରୋହ ସମାପ୍ତ ହେବା ପରେ ହୁଆଙ୍ଗଙ୍କ ସାଥୀ ତଥା ପୁରୁଷ ଡବଲ୍ସ ଖେଳାଳି ଲିୟୁ ୟୁଚେନ ତାଙ୍କୁ ଅଚାନକ ଫୁଲ ଦେଇ ପ୍ରପୋଜ କରିଥିଲେ। ଏହା ପରେ ଲିୟୁ ଆଣ୍ଠୁ ମାଡି ଲା ଚାପେଲ ଆରେନାରେ ଜନତାଙ୍କ ଆଗରେ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ।

ହୁଆଙ୍ଗ ଭାବବିହ୍ୱଳ ହେବା ସହ ତାଙ୍କ ପ୍ରପୋଜକୁ ଗ୍ରହଣ କରିଛନ୍ତି। ଯାହାପରେ ଲିୟୁ ତାଙ୍କୁ ଆଙ୍ଗୁଠି ପିନ୍ଧାଇଥିଲେ।

 

Comments are closed.