Latest Odisha News

BREAKING NEWS

୬୨ ବର୍ଷ ବୟସରେ ବ୍ୟଙ୍ଗ ଚିତ୍ରଶିଳ୍ପୀ ଜ୍ଞାନ ରଥଙ୍କ ଦେହାନ୍ତ

କଟକ: ରବିବାର ବିଳମ୍ବିତ ରାତିରେ କଟକ ବଡ଼ ମେଡିକାଲରେ ଚିକିତ୍ସାଧିନ ଅବସ୍ଛାରେ ବ୍ୟଙ୍ଗ ଚିତ୍ରଶିଳ୍ପୀ ଜ୍ଞାନ ରଥଙ୍କର ପରଲୋକ ଘଟିଛି। ୬୨ ବର୍ଷ ବୟସରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଗତ ରବିବାର ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଏସସିବି ବଡ଼ ମେଡିକାଲର ଟ୍ରମା ଆଇସିୟୁରେ ଚିକିତ୍ସିତ ହେଉଥିଲେ।

କେନ୍ଦ୍ରାପଡା ଜିଲ୍ଲାରେ ରଥଙ୍କର ଜନ୍ମସ୍ଥାନ। ସେ କଟକ ଜିଲ୍ଲା ଗୋପାଳପୁରଠାରେ ଅବସ୍ଥାନ କରୁଥିଲେ। ସେ ଦୈନିକ ସମାଜ, ଧରିତ୍ରୀ, ଅନୁପମ ଭାରତ ଭଳି ଏକାଧିକ ସମ୍ବାଦ ପତ୍ରରେ ଦୀର୍ଘ ବର୍ଷ ଧରି ବ୍ୟଙ୍ଗ ଚିତ୍ରଶିଳ୍ପୀ ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ବିୟୋଗରେ ପରିବାରରେ ଶୋକର ଛାୟା ଖେଳି ଯାଇଛି।

Comments are closed.