Latest Odisha News

ଫ୍ଲାଟରେ ମାରିଥିଲେ ପାକିସ୍ତାନ ସମର୍ଥନ ପୋଷ୍ଟର, ବାନ୍ଧିଲା ପୋଲିସ୍

ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ବ୍ୟକ୍ତି ଫ୍ଲାଟ ଭିତରେ ପାକିସ୍ତାନ ସମର୍ଥନରେ ମାରିଥିଲେ ପୋଷ୍ଟର । ବାନ୍ଧିଲା ପୋଲିସ୍ ।  ପାକିସ୍ତାନ ସନ୍ଦିଗ୍ଧ ସନ୍ଦେହ କରି ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି ଦିଲ୍ଲୀ ପୋଲିସ୍ ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ରବିବାର ଦିଲ୍ଲୀ ପୋଲିସ୍ ଏକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦିଲ୍ଲୀ ରୋହିଣୀ ସ୍ଥିତ ଅବନ୍ତିକା ସି ବ୍ଲକ ଅଞ୍ଚଳରୁ ଗିରଫ କରିଛି । ଉକ୍ତ ବ୍ୟକ୍ତିଜଣକ ନିଜ ଫ୍ଲାଟ କାନ୍ଥରେ ପାକ୍ତିସ୍ତାନକୁ ସମର୍ଥନ କରି ଏକ ପୋଷ୍ଟର ମାରିଥିଲେ । ଯେଉଁଥିରେ ଲେଖାଥିଲା ‘ଲଙ୍ଗ୍ ଲିଭ ପାକିସ୍ତାନ’, ଅର୍ଥାତ୍ ପାକିସ୍ତାନ ଅଧିକ ଦିନ ବଞ୍ଚୁ । ଯାହା ଦେଖିବା ପରେ ଉକ୍ତ ଫ୍ଲାଟର କିଛି ଲୋକଙ୍କ ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ ଏଭଳି ପଦକ୍ଷେପ ନେଇଥିଲା । ଏହାସହିତ ବ୍ୟକ୍ତିଟିର ଫ୍ଲାଟରେ ମରାଯାଇଥିବା ସମସ୍ତ ଆପତ୍ତିଜନକ ପୋଷ୍ଟରକୁ ଜବତ କରିଛି ପୋଲିସ୍ ।

ତେବେ ଏନେଇ ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସ୍ଥାନୀୟ ଲୋକଙ୍କ ଅଭିଯୋଗ ପାଇଲା ପରେ ଆମେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛୁ । ବ୍ୟକ୍ତି ଟି ରହୁଥିବା ଘର କାନ୍ଥରେ ପାକିସ୍ତାନକୁ ସମର୍ଥନ କରି କିଛି ପୋଷ୍ଟର ମାରିଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ବ୍ୟକ୍ତିଟିର ମାନସିକ ଶନ୍ତୁଳନ ଠିକ୍ ନାହିଁ ଏବଂ ସେହି ଫ୍ଲାଟରେ ସେ ଏକୁଟିଆ ରହୁଥିଲା ।

ପୋଲିସ୍ ବର୍ତ୍ତମାନ ଛାନଭିନ୍ ଆରମ୍ଭ କରିଛି । ତାର ପରିବାର ଲୋକଙ୍କ ସହ ସଂପର୍କ କରିବାକୁ ଚେଷ୍ଟା କରୁଛି । ବ୍ୟକ୍ତିଟି ପାକିସ୍ତାନ କିମ୍ବା କୌଣସି ସଂସ୍ଥା ସହ ଜଡିତ କି ନାହିଁ ତାହା ତଦନ୍ତରୁ ଜଣାପଡିବ ।

Comments are closed.