Latest Odisha News

ଅଲିମ୍ପିିକ୍ସ ସମାପନ ଉତ୍ସବରେ ଭାରତର ଧ୍ୱଜବାହକ ହେବେ ମନୁ

ପ୍ୟାରିସ: ଷ୍ଟାର ମହିଳା ଶୁଟର ମନୁ ଭାକର ପ୍ୟାରିସ ଅଲିମ୍ପିକ୍ସ ସମାପନ ଉତ୍ସବରେ ଭାରତର ଧ୍ୱଜବାହକ ହେବେ । ଭାରତୀୟ ଅଲିମ୍ପିକ ସଂଘ ଅଧିକାରୀଙ୍କ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ମନୁୂ ୨ଟି ବ୍ରୋଞ୍ଜ ପଦକ ଜିତି ଭାରତକୁ ଗୌରବନ୍ୱିତ କରିଛନ୍ତି । ସେ ୧୦ ମିଟର ଏୟାର ପିସ୍ତଲ ବ୍ୟକ୍ତିଗତ ଓ ଟିମ ଇଭେଂଟରେ ଏହି ସଫଳତା ହାସଲ କରିଥିଲେ । ହରିୟାଣାର ଏହି ୨୨ ବର୍ଷୀୟା ଆଥଲେଟ ପୂର୍ବରୁ କହିଥିଲେ ଭାରତର ଧ୍ୱଜବାହକ ହେବାର ସମ୍ମାନଠାରୁ ଆଉ କିଛି ବଡ ନାହିଁ । ମନୁଙ୍କ ବ୍ୟତୀତ ଭାରତର ସ୍ୱପ୍ନିଳ କୁଶାଲେ ୫୦ ମିଟର ରାଇଫଲ ଥ୍ରୀ ପୋଜିଶନରେ ବ୍ରୋଞ୍ଜ ପଦକ ଜିତିଛନ୍ତି ।

ଆଇଓଏ ଏ ପର୍ଯ୍ୟନ୍ତ ପୁରୁଷ ଧ୍ୱଜବାହକ କିଏ ହେବେ ସେ ସମ୍ପର୍କରେ କୌଣସି ଘୋଷଣା କରି ନାହାନ୍ତି । ଖୁବ ଶୀଘ୍ର ଏହାର ଘୋଷଣା କରାଯିବ ବୋଲି ଜନୈକ ଅଧିକାରୀ କହିଛନ୍ତି । ଭାରତ ଏବେ ହକି ଏବଂ ବ୍ୟାଡମିଂଟନରେ ପଦକ ହାସଲ କରିବା ପାଇଁ ଉଦ୍ୟମ କରିବ ।

Comments are closed.