Latest Odisha News

BREAKING NEWS

ସେୟାର ମାର୍କେଟରେ ଝଡ଼, ଖସିଲା ସେନସେକ୍ସ

ମୁମ୍ବାଇ: ଆମେରିକାରେ ମାନ୍ଦାବସ୍ଥାର ପ୍ରଭାବ ଭାରତୀୟ ସେୟାର ବଜାରରେ ପଡ଼ିଛି। ଫଳରେ ନିବେଶକଙ୍କ କୋଟି କୋଟି ଟଙ୍କା କ୍ଷତି ହୋଇଛି। ଓପନିଂ ଟ୍ରେଡରେ ସବୁଠୁ ଖରାପ ପ୍ରଦର୍ଶନ କରିଛି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ।

ସେନସେକ୍ସ ୧୬୨୭ ପଏଣ୍ଟ ସହ ୨.୦୧% ଖସି ୭୯ ହଜାର ୩୫୪ରେ ପହଞ୍ଚିଛି। ସେହିପରି ନିଫ୍ଟି ୫୦୨ ଅଙ୍କ ସହ ୨.୦୩ % ଖସି ୨୪ ହଜାର ୨୧୫ରେ ପହଞ୍ଚିଛି। ଷ୍ଟକ୍ ମାର୍କେଟ ନିବେଶକ ପ୍ରାୟ ୧୦ ଲକ୍ଷ କୋଟି ବୁଡି ଯାଇଛି।

କେବଳ ଭାରତ ନୁହଁ ସାରା ବିଶ୍ୱରେ ସେୟାର ବଜାରରେ ମାନ୍ଦାବସ୍ଥା ଦେଖିବାକୁ ମିଳିଛି।  ଭାରତୀୟ ମୁଦ୍ରା ଦର ଉପରେ ବି ଏହାର ପ୍ରଭାବ ପଡ଼ିଛି। ଆମେରିକୀୟ ଡଲାର୍ ତୁଳନାରେ ଭାରତୀୟ ମୁଦ୍ରା ୮୩ ଟଙ୍କା ୮୦ ପଇସାରେ ପହଞ୍ଚିଛି।

Comments are closed.