Latest Odisha News

ଶୁଟିଂରେ ମଧ୍ୟ ହାତଛଡା ହେଲା ଆଉ ଏକ ବ୍ରୋଞ୍ଜ, ରେସଲର ନିଶା କ୍ୱାର୍ଟରରେ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଆଥଲେଟମାନେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ପଦକ ମୁକାବିଲାରେ ପରାଜିତ ହୋଇ ପ୍ରଶଂସକଙ୍କୁ ନିରାଶ କରିଛନ୍ତି । ଶୁଟିଂ ସ୍କିଟ ମିକ୍ସଡ ଟିମ ଇଭେଂଟରେ ଭାରତ ଏକ ସୁବର୍ଣ୍ଣ ସୁଯୋଗ ହାତଛଡା କରିଛି । ଅନନ୍ତ ଜିତ ସିଂ ନରୁକ୍କା ଓ ମହେଶ୍ୱରୀ ଚୌହ୍ୱାନ ସେମିଫାଇନାଲରେ ହାରିବା ପରେ ବ୍ରୋଞ୍ଜ ପଦକ ମୁକାବିଲାରେ ସହଜରେ ଜିିତିନେବେ ବୋଲି ଆଶା କରାଯାଉଥିଲା । ମାତ୍ର ତାହା ହୋଇ ନ ଥିଲା, ଭାଗ୍ୟ କିଛି ମାତ୍ରାରେ ସହାୟ ନ ହେବାରୁ ଭାରତୀୟ ଯୋଡି ୪୩-୪୪ରେ ଚୀନର ଲ୍ୟୁ ଜିଆନଲେନ ଓ ଜିଆଙ୍କ ୟିଟିଙ୍ଗଙ୍କଠାରୁ ହାରି ଯାଇଥିଲେ ।

ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ମିକ୍ସଡ ସ୍କିଟ ଇଭେଂଟର ଆୟୋଜନ କରାଯାଇଥିଲା । ମହିଳା ରେସଲିଂ ୬୮ କିଗ୍ରା ବିଭାଗରେ ଭାରତର ନିଶା ଦାହିୟା ପ୍ରଭାବୀ ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ସେ ୟୁକ୍ରେନର ଟେଟିଆନ ସୋଭା ରିଝାକୋଙ୍କୁ ୬-୪ରେ ପରାସ୍ତ କରିଛନ୍ତି ।

Comments are closed.