Latest Odisha News

ଇନଷ୍ଟାଗ୍ରାମ ରିଲ୍ସ ବନାଇବା ନେଇ ବର୍ଷିଲେ ରାମ ଗୋପାଳ, ଭିଡିଓ ପାଇଁ ପୋଷାକ…

ଇନଷ୍ଟାଗ୍ରାମ ଓ ଟିଭି ପ୍ରୋଗ୍ରାମ ପାଇଁ ବଢୁଛି ଅଶ୍ଳୀଳତା

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ ଏବଂ କିଛି ଟିଭି କାର୍ଯ୍ୟକ୍ରମ ଯୋଗୁ ସମାଜରେ ଅଶ୍ଳୀଳତା ବଢୁଛି ବୋଲି ମଙ୍ଗଳବାର ଦିନ ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି ସାଂସଦ ରାମ ଗୋପାଳ ଯାଦବ ଦାବି କରିଛନ୍ତି।

ଧୀରେ ଆମେ ଏପରି ଏକ ସ୍ଥିତିରେ ପହଞ୍ଚୁଛୁ ଯେଉଁଠି କିଛି ଟିଭି ଚ୍ୟାନେଲ ଏବଂ ସେମାନଙ୍କ କାର୍ଯ୍ୟକ୍ରମ ସମାଜରେ ଅଶ୍ଳୀଳତା ଏବଂ ହିଂସାକୁ ପ୍ରୋତ୍ସାହିତ କରୁଛି। ଇନଷ୍ଟାଗ୍ରାମ ରିଲ୍ ମଧ୍ଯ ଚିନ୍ତା ବଢାଇଛି।

ଏକ ସର୍ଭେ ଅନୁଯାୟୀ ଦେଶର ଅଧିକାଂଶ ଯୁବ ପିଢି ଇନଷ୍ଟାଗ୍ରାମ ଓ ସିରିୟଲରେ ପ୍ରାୟ ତିନି ଘଣ୍ଟା ସମୟ ନଷ୍ଟ କରୁଛନ୍ତି। ଯେଉଁଥିରେ ଅଶ୍ଳୀଳ ଓ ହିଂସା ଭଳି କଣ୍ଟେଣ୍ଟ ରହୁଛି ବୋଲି ସେ କହିଛନ୍ତି।

ପ୍ରତିଦିନ ଆମେ ଖବରକାଗଜରେ ପଢୁଛେ ଯେ ସେମାନେ ଇନଷ୍ଟାଗ୍ରାମରେ ବନ୍ଧୁ ହେଲେ ଏବଂ ପରେ ବିବାହ ପରେ ପୁଅ ଝିଅକୁ ହତ୍ୟା କଲା । କୌଣସି ସ୍ଥାନରେ ଝିଅଟି ପୁଅକୁ ହତ୍ୟା କରି ସମସ୍ତ ଜିନିଷ ଚୋରି କରି ଚାଲିଗଲା । ଏଭଳି ଖବର ଏବେ ନିତି ଦିନିଆ ଘଟଣା ପାଲଟିଛି।

ସେ ଆହୁରି ମଧ୍ୟ ଦାବି କରିଛନ୍ତି, ମୋବାଇଲ ଫୋନ୍ ସହିତ ଅଧିକ ସମୟ ବିତାଉଛନ୍ତି ନୂଆ ପିଢି। ଫଳରେ ପରିବାର ସଦସ୍ୟ ଏବଂ ସାଙ୍ଗମାନଙ୍କ ସହିତ ସମ୍ପର୍କ ହ୍ରାସ ପାଉଛି।

 

Comments are closed.