Latest Odisha News

ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲା: ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶର ସମ୍ବେଦନଶୀଳ ତଥା ବହୁ ଚର୍ଚ୍ଚିତ ଅଯୋଧ୍ୟାରେ ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦକୁ ନେଇ ବିବାଦୀୟ ଜମି ମାମଲାର ଚୂଡାନ୍ତ ଶୁଣାଣି କରି ସୁପ୍ରିମକୋର୍ଟ ଶନିବାର ଦିନ ଐତିହାସିକ ରାୟ ପ୍ରକାଶ କରିଛନ୍ତି ।

ଏହି ଅବସରରେ ଶୁଣାଣି କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି, ହିନ୍ଦୁମାନେ ଏକ ଟ୍ରଷ୍ଟ ମାଧ୍ୟମରେ ୨.୨୭ ଏକର ବିବାଦୀୟ ଜମିରେ କବଜା କରିବେ । ଆହୁରି ମଧ୍ୟ ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ସୁନ୍ନି ୱାକଫ୍ ବୋର୍ଡକୁ ମସଜିଦ୍ ନିର୍ମାଣ ଲାଗି ପ୍ରାୟ ୫ ଏକର ଜମି ପ୍ରଦାନ କରାଯିବ ।

ଜାଣନ୍ତୁ, ଏନେଇ କ’ଣ କହିଲେ ପ୍ରଧାନ ବିଚାରପତି

  • ଏଏସଆଇ ରିପୋର୍ଟ ଅନୁସାରେ ନିର୍ମାଣ ତଳେ ଅନେକ ଢାଞ୍ଚା ରହିଥିବା ବେଳେ ମନ୍ଦିର ଭଙ୍ଗାଯାଇ ମସଜିଦ୍ କରାଯାଇଥିବାରୁ ସ୍ପଷ୍ଟ ପ୍ରମାଣ ମିଳିପାରୁ ନାହିଁ ।
  • ଏହାର ବାହାର ଅଞ୍ଚଳରେ ହିନ୍ଦୁମାନେ ପ୍ରାର୍ଥନା କରିପାରିବେ । ଏହି ଦୁଇ ଧର୍ମ ମଧ୍ୟରେ ଶାନ୍ତିପୂର୍ଣ୍ଣ ପୂଜା ସୁନିଶ୍ଚିତ କରିବା ଲାଗି ଏକ ରୋଲିଂର ସ୍ଥାପନା କରାଯିବ ।
  • ଆସନ୍ତା ୩ ମାସ ମଧ୍ୟରେ ଯୋଜନା ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
  • ଏହାବ୍ୟତିତ ସମସ୍ତଙ୍କ ଧର୍ମକୁ ସମାନ ଦୃଷ୍ଟିରେ ଦେଖିବା ସହ ମୁସଲମାନ ମାନଙ୍କୁ ପୂଜା ପାଇଁ ଅନ୍ୟତ୍ର ଜାଗା ପ୍ରଦାନ କରାଯିବ ।
  • ଆସ୍ଥା ଓ ବିଶ୍ୱାସକୁ ନେଇ କୌଣସି ବିବାଦ ହେବା ଉଚିତ୍ ନୁହେଁ ବୋଲି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ କହିଛନ୍ତି । ବ୍ରିଟିଶ ଆସିବା ପୂର୍ବରୁ ହିନ୍ଦୁଙ୍କ ଦ୍ୱାରା ରାମ ଚୌତରା ଓ ସୀତା ରୋଷେଇର ପୂଜାର୍ଚ୍ଚନା କରାଯାଉଥିବାର ପ୍ରମାଣ ରହିଥିବା କୋର୍ଟ କହିଛନ୍ତି ।
Leave A Reply

Your email address will not be published.