Latest Odisha News

BREAKING NEWS

ଅଯୋଧ୍ୟା ବିବାଦ: ସୁପ୍ରିମକୋର୍ଟଙ୍କ ରାୟରେ ସନ୍ତୁଷ୍ଟ ନାହାଁନ୍ତି ମୁସଲିମ ପକ୍ଷ

ନୂଆଦିଲ୍ଲୀ: ଦେଶର ସମ୍ବେଦନଶୀଳ ତଥା ବହୁ ଚର୍ଚ୍ଚିତ ଅଯୋଧ୍ୟାରେ ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦକୁ ନେଇ ବିବାଦୀୟ ଜମି ମାମଲାର ଚୂଡାନ୍ତ ରାୟ ଶନିବାର ଦିନ ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି ।

ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣକୁ ଅନୁମତି ପ୍ରଦାନ କରାଯାଇଥିବା ବେଳେ ମସଜିଦ୍ ପାଇଁ ବିକଳ୍ପ ସ୍ଥାନରେ ୫ ଏକର ଜମି ଯୋଗାଇ ଦିଆଯିବ ।

ଅଧିକ ପଢନ୍ତୁ: ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲା: ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ

ଏହି ରାୟକୁ ନେଇ ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡ ସନ୍ତୋଷ ପ୍ରକାଶ କରିନାହାଁନ୍ତି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ମୁସଲିମ୍ ପକ୍ଷଙ୍କ ଓକିଲ ଜାଫରୟାବ ଜିଲାନୀ କହିଛନ୍ତି, “ଆମେ ସୁପ୍ରିମକୋର୍ଟଙ୍କ ଏହି ରାୟକୁ ସମ୍ମାନ ଜଣାଉଛୁ କିନ୍ତୁ ଏଥିରେ ସନ୍ତୁଷ୍ଟ ନୁହଁ । ଆଗାମୀ ଦିନରେ କୋର୍ଟଙ୍କ ନିଷ୍ପତ୍ତିର ମୂଲ୍ୟାଙ୍କନ କରାଯାଇ ଯାହା ପଦକ୍ଷେପ ଗ୍ରହଣ କରିବୁ । ଏହାବ୍ୟତିତ ଆମ କମିଟି ଏକମତ ହେଲେ ଆମେ ଆଗାମୀ ଦିନରେ ରିଭ୍ୟୁ ପିଟିସନ୍ ମଧ୍ୟ ଦାଖଲ କରିବୁ ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ସୂଚନାଯୋଗ୍ୟ, ମନ୍ଦିର ନିର୍ମାଣ ପାଇଁ ଗଠନ ହେବ ଟ୍ରଷ୍ଟ ବୋର୍ଡ । ବୋର୍ଡ ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ୩ ମାସର ସମୟ ଦେଇଛନ୍ତି । ବିବାଦୀୟ ଜମି ଟ୍ରଷ୍ଟ ବୋର୍ଡକୁ ପ୍ରଦାନ କରାଯିବ ବୋଲି କୋର୍ଟ କହିଛନ୍ତି ।

Leave A Reply

Your email address will not be published.