Latest Odisha News

ଭିନେଶଙ୍କ ପାଇଁ ଆମେ ଦୁଃଖିତ, କିନ୍ତୁ ନିୟମ ତ… 

ପ୍ୟାରିସ: ଭିନେଶ ଫୋଗଟ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହେବା ପରେ ବାଦବିବାଦ ଆରମ୍ଭ ହୋଇଛି। ଏହି ନିଷ୍ପତ୍ତିକୁ ହଟାଇବା ପାଇଁ ସମସ୍ତେ ଦାବି ଉଠାଉଛନ୍ତି।

ଏହାରି ମଧ୍ୟରେ ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ (UWW) ମୁଖ୍ୟ ନେନାଡ ଲାଲୋଭିକ୍ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଆମେ ନିୟମକୁ ସମ୍ମାନ କରିବା ଉଚିତ୍। ତାଙ୍କ ସହିତ ଯାହା ଘଟିଲା ମୁଁ ବହୁତ ଦୁଃଖିତ। ତାଙ୍କ ଓଜନ ଏତେ ଅଧିକ ମଧ୍ଯ ନଥିଲା। କିନ୍ତୁ ନିୟମ ତ ନିୟମ ଏବଂ ସବୁକିଛି ସାର୍ବଜନୀନ ଅଟେ। ସମସ୍ତ ଆଥଲେଟ୍ ମାନେ ସେଠାରେ ଅଛନ୍ତି ଏବଂ ସେହିଭଳି କେହି ପ୍ରତିଯୋଗିତାରେ ଅନ୍ତର୍ଭୁକ୍ତ ହେବା ଉଚିତ୍ ନୁହେଁ”।

ଅଧିକ ପଢନ୍ତୁ- ବଦଳିବ କି ଭିନେଶଙ୍କ ଡିସକ୍ବାଲିଫିକେସନ ନିଷ୍ପତ୍ତି

ଉଲ୍ଲେଖଯୋଗ୍ୟ, ସେମିଫାଇନାଲରେ କ୍ୟୁବା ପ୍ରତିଯୋଗୀଙ୍କୁ ଭିନେଶ ୫-୦ ପଏଣ୍ଟରେ ହରାଇଥିଲେ । ଆଜି ଫାଇନାଲ୍‌ରେ ଆମେରିକାର ରେସଲରଙ୍କ ବିପକ୍ଷରେ ସ୍ୱର୍ଣ୍ଣ ପଦକ ପାଇଁ ଭିନେଟ୍‌ ମ୍ୟାଚ୍‌ ଖେଳି ଥାନ୍ତେ । ହେଲେ ମାତ୍ର ୧୦୦ ଗ୍ରାମ ଓଜନ ପାଇଁ ସେ ଆଜି ଅଯୋଗ୍ୟ ଘୋଷିତ ହୋଇଛନ୍ତି ।

 

Comments are closed.