Latest Odisha News

BREAKING NEWS

ବନ୍ଧା ହେଲେ ମାଲାମାଲ୍ ବିଡିଓ

କଟକ: ବିଡିଓଙ୍କ ସମ୍ପତ୍ତିର ଲାଗିଥିଲା ଲମ୍ବା ଲାଇନ । ଶେଷରେ ବାନ୍ଧିଲା ଭିଜିଲାନ୍ସ । ଆଜି ବିଡିଓଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ଅର୍ଥାତ୍ ଗତକାଲି ଭିଜିଲାନ୍ସର ୮ ଜଣିଆ ଟିମ୍ ବିଡିଓ ବାବୁଙ୍କ ମୋଟ ୮ଟି ସ୍ଥାନରେ ଚଢାଉ ଆରମ୍ଭ କରିଥିଲା । ଏହା ସହିତ ଆଜି ଭୁବନେଶ୍ବର ଏସବିଆଇ ମୁଖ୍ୟ ଶାଖାରେ ଥିବା ତାଙ୍କର ଲକରକୁ ମଧ୍ୟ ଯାଞ୍ଚ କରିଥିଲା । ଏହା ପରେ ଡାଇରେକ୍ଟ ଆକ୍ସନ ଚାର୍ଜରେ ବିଡିଓଙ୍କୁ ବାନ୍ଧିଛି ଭିଜିଲାନ୍ସ ।

ଆମେ କହୁଛୁ, କଟକ ଜିଲ୍ଲା ଆଠଗଡ ବିଡିଓ ପ୍ରଦୀପ କୁମାର ସାହୁଙ୍କ କଥା । ପେସାରେ ଓଏଏସ ଧାରୀ ବିଡିଓ । ହେଲେ ସରକାରୀ ବାବୁଙ୍କ ସମ୍ପତ୍ତିର ଲାଗିଛି ଲମ୍ବା ଲାଇନ । ଘର, ଗାଡି, ପ୍ଲଟ, ଜମି, ଜମା ଟଙ୍କା, ନଗଦ ଟଙ୍କା, ହୀରା ଅଳଙ୍କାର, ସୁନା ଅଳଙ୍କାର ଏମିତି ଅନେକ କିଛି… । ଭିଜିଲାନ୍ସ ଚଢାଉ କରି ସବୁକୁ ଜବତ କରିଛି ।

ଆଠଗଡ ବିଡିଓ ପ୍ରଦୀପଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଫଳରେ ଭିଜିଲାନ୍ସ ବୁଧବାର ବିଡିଓଙ୍କ ସ୍ତାବରଅସ୍ତାବର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଭିଜିଲାନ୍ସ ଚଢାଉ ପରେ ଆଠଗଡ଼ସ୍ଥିତ ସରକାରୀ କାର୍ଯ୍ୟାଳୟ ସମେତ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼ର ୮ଟି ସ୍ଥାନରେ ବୁଧବାର ଚଢ଼ାଉ କରିବା ବେଳେ ୨ଟି କୋଠା, ୩ ପ୍ଲଟ୍‌, ଭୁବନେଶ୍ୱରରେ ଗୋଟିଏ ଫ୍ଲାଟ୍‌, ୪୭ ଲକ୍ଷ ଟଙ୍କାର ଜମା ଟଙ୍କା, ନଗଦ ୬.୧୧ ଲକ୍ଷ ଟଙ୍କା, ଦାମୀ ଡାଏମଣ୍ଡ ନେକ୍‌ଲେସ୍‌, ପ୍ରାୟ ୩୦୦ ଗ୍ରାମ୍‌ର ସୁନା, ଦୁଇଟି ୪ ଚକିଆ ଗାଡ଼ି ଆଦି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ଏହା ସହିତ ଖୋର୍ଦ୍ଧାର ଭାଲିବଡ଼ିରେ ଗୋଟିଏ କୋଠା, ନୟାଗଡ଼ର ରାଜସୁନାଖଳାରେ ପୈତୃକ ବାସଗୃହ ଗୋଟିଏ ତିନିମହଲା କୋଠା, ୩ଟି ପ୍ଲଟ୍‌, ଭୁବନେଶ୍ୱର ଗୌତମ ନଗରରେ ୨-ବିଏଚ୍‌କେ ଫ୍ଲାଟ୍‌ ରହିଛି।

Comments are closed.