Latest Odisha News

BREAKING NEWS

ବାଂଲାଦେଶ ହିଂସା: ଆଲର୍ଟରେ ଓଡ଼ିଶା

ଭୁବନେଶ୍ୱର: ବାଂଲାଦେଶରେ ଦେଖାଦେଇଥିବା ହିଂସା ଏବେ ଚରମ ସୀମାରେ ପହଂଚିଛି l ପୂର୍ବତନ ପ୍ରଧାନମନ୍ତ୍ରୀ ଦେଶ ଛାଡି ଭାରତ ଆସିବା ପରେ ଭାରତ ପ୍ରତି ବିପଦ ଘନେଇଛି l ଏହାରି ଭିତରେ ବର୍ଡ଼ର ରାଜ୍ୟକୁ ଆଲର୍ଟ ଜାରି କରିଛନ୍ତି ସରକାର l ସେପଟେ ବାଂଲାଦେଶ ହିଂସାକୁ ନେଇ ଓଡ଼ିଶାରେ ମଧ୍ୟ ହାଇ-ଆଲର୍ଟ ଜାରି କରାଯାଇଛି l ସୀମାରେଖା ଦେଇ ଅନୁପ୍ରବେଶକାରୀ ରାଜ୍ୟକୁ ପଶିଆସିବାର ସମ୍ଭାବନା ରହିଛି । ଯାହାକୁ ନେଇ ବାଂଲାଦେଶ ସୀମା ସମସ୍ତ ଜଳପଥ ଓ ସ୍ଥଳପଥ ଉପରେ ଓଡ଼ିଶା ପୋଲିସ କଡ଼ା ନଜର ରଖିଛି l

ବାଂଲାଦେଶୀଙ୍କ ପ୍ରତି କଡା ନଜର ରଖାଯାଇଥିବା ସହ ସମୁଦ୍ର ପଥରେ ବୋଟ୍‌ ଯୋଗେ ଆସିବା ସମ୍ଭାବନା ଥିବାରୁ ଜଳପଥ ଉପରେ ମଧ୍ୟ ନଜର ରଖାଯାଇଛି ବୋଲି ସୂଚନା ଦେଇଛନ୍ତି ଡିଜିପି ଅରୁଣ ଷଡ଼ଙ୍ଗୀ l ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାଟ୍ରୋଲିଂ ବଢ଼ାଇବାକୁ ୧୮ଟି ସାମୁଦ୍ରିକ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି l ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ାକୁ ବିଶେଷ ଭାବେ ଆଲର୍ଟ କରାଯାଇଛି l ଏଥିସହ ସମୁଦ୍ରରେ ୫ ନଟିକାଲ ମାଇଲ୍‌ ପର୍ଯ୍ୟନ୍ତ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ ରହିଛି l ସବୁ ସାମୁଦ୍ରିକ ଥାନାକୁ ଅଧିକ ଷ୍ଟାଫ୍‌ ଓ ସହଯୋଗ ଯୋଗାଇ ଦିଆଯାଇଛି l ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯିବ ସହ କଡ଼ା ନଜର ରଖାଯାଇଛି ବୋଲି କହିଛନ୍ତି ଡିଜିପି l

ସୂଚନାଯୋଗ୍ୟ ଯେ, ଚାକିରିରେ ସଂରକ୍ଷଣକୁ ନେଇ ବ୍ୟାପକ ହିଂସାକାଣ୍ଡ ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ୭୬ ବର୍ଷୀୟା ଶେଖ୍ ହସିନା ଦେଶ ଛାଡି ପଳାୟନ କରିଛନ୍ତି। ଏହାପରେ ଦେଶର ସେନା ଅସ୍ଥାୟୀ ଭାବେ କ୍ଷମତା ହାତକୁ ନେଇଥିଲେ। ଅନ୍ୟପଟେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ, ଅର୍ଥନୀତିଜ୍ଞ ୟୁନୁସକୁ ଅନ୍ତରୀଣ ସରକାରର ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି।

Comments are closed.