Latest Odisha News

BREAKING NEWS

ଏଥର ବିନା ସ୍ୱର୍ଣ୍ଣ ସହ ପ୍ୟାରିସ ଅଲିମ୍ପିକ୍ସ ଅଭିଯାନ ଶେଷ କଲା ଭାରତ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତ ୬ ପଦକ ସହ ତାର ଅଭିଯାନ ଶେଷ କରିଛି । ଭାରତ ପକ୍ଷରୁ ନୀରଜ ଚୋପ୍ରା ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ହାସଲ କରିଛନ୍ତି । ଏଥର ଟିମ ଇଣ୍ଡିଆ ବିନା ସ୍ୱର୍ଣ୍ଣରେ ଅଭିଯାନ ଶେଷ କରିଛି । ମନୁ ଭାକର ୧୦ ମିଟର ଏୟାର ପିସ୍ତଲର ବ୍ୟକ୍ତିଗତ ଓ ମିକ୍ସଡ ଇଭେଂଟରେ ବ୍ରୋଞ୍ଜ ପଦକ ଜିତିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୫୦ ମିଟର ରାଇଫଲ ଥ୍ରୀ ପୋଜିଶନରେ ସ୍ୱପ୍ନିଳ କୁଶାଳେ, ହକି ଟିମ ଓ ୫୭ କିଗ୍ରା କୁସ୍ତିରେ ଅମନ ସେହାରୱତ ବ୍ରୋଞ୍ଜ ପଦକ ହାତେଇଛନ୍ତି । ଭିନେଶ ଫୋଗଟ ଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କରିଥିବା ବେଳେ ଶେଷ ମୂହର୍ତରେ ୧୦୦ ଗ୍ରାମ ଅଧିକ ଓଜନ ଯୋଗୁ ଅଯୋଗ୍ୟ ଘୋଷିତ ହୋଇଥିଲେ । ଯଦି କାସରେ ସେ ବିଜୟ ହାସଲ କରିବେ ତେବେ ଭାରତକୁ ଆଉ ଏକ ପଦକ ମିଳିପାରେ ।

ଭାରତୀୟ ଅଲିମ୍ପିକ ସଂଘ ୭ ରିଜର୍ଭଙ୍କ ସହ ୧୧୭ ଖେଳାଳିଙ୍କ ଦଳ ପ୍ୟାରିସ ପଠାଇଥିଲା । ଏମାନଙ୍କ ସହିତ ୧୪୦ ସହାୟକ କର୍ମଚାରୀ ଓ ଅଧିକାରୀ ମଧ୍ୟ ଥିଲେ । ନୀରଜ ଚୋପ୍ରା ଟୋକିଓ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏଥର ମଧ୍ୟ ତାଙ୍କଠାରୁ ସ୍ୱର୍ଣ୍ଣ ହାସଲ ଆଶା କରାଯାଉଥିଲେ ମଧ୍ୟ ସେ ଅଳ୍ପକେ ଏଥିରେ ବଂଚିତ ହୋଇଥିଲେ । ଗତ ସଂସ୍କରଣରେ ଭାରତ ଓଭରାଲ ୭ ପଦକ ଜିତିଥିଲା । ଏଥର ଭାରତର ଅନେକ ପ୍ରତିଯୋଗୀ ୪ର୍ଥ ସ୍ଥାନରେ ରହି ବ୍ରୋଞ୍ଜ ପଦକ ସୁଯୋଗ ହାତଛଡା କରିବା ପ୍ରଶଂସକଙ୍କୁ ବ୍ୟଥୀତ କରିଛି ।

Comments are closed.