Latest Odisha News

ଚଢିଗଲା ଟ୍ରକ୍ ଚାଲିଗଲେ ବାପା ମା’, ଅଳ୍ପକେ ବର୍ତ୍ତିଲେ ନାବାଳକ ପୁଅ

ନବରଙ୍ଗପୁର: ଟ୍ରକ୍ ଚାପାରେ ବାପା ଓ ମା’ ମୃତ ଅଳ୍ପକେ ବର୍ତ୍ତିଗଲା ନାବାଳକ ପୁଅ । ଏଭଳି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁରରେ । ବୋଲ୍ ବମ୍ ଯାଇ ମନ୍ଦିରରେ ପାଣି ଢାଳି ବାଇକରେ ଘରକୁ ଫେରିବା ସମୟରେ କୁନ୍ଦେଇ ଥାନା ଅନ୍ତର୍ଗତ ରାବଣା ଗୁଡା ନିକଟରେ ବାଇକ ଉପରକୁ ଟ୍ରକ ମାଡିଯାଇଥିଲା ।

ସୂଚନା ଅନୁଯାଇ, ପରଚିପାରା ଗ୍ରାମର ଅଜିତ ମଜୁମଦାର ଓ ଦୀପିକା ମଜୁମଦାର ପଢ଼ୋଶୀ ଛତିଶଗଡରେ ରହିଥିବା ସିହାବା ଯାଇ ପାଣି ଆଣି ହାତଭରଣ୍ଡୀ ଶିବ ମନ୍ଦିର ରେ ପାଣି ଢାଳି ବାଇକ ଯୋଗେ ନାବାଳକ ପୁଅ ସହ ନିଜ ଘର ପାରଚିପାର କୁ ଫେରୁଥିଲେ ।

ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ବାଇକ ଉପରକୁ ଚଢିଯିବା ଫଳରେ ଘଟଣାସ୍ଥଳରେ ହିଁ ବାପା ମାଆ ଙ୍କ ମୃତ୍ୟୁ ଘଟିଥିଲା କିନ୍ତୁ ସୌଭାଗ୍ୟ ବଶତଃ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛି ନାବାଳକ ପୁଅ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଦ୍ବୟକୁ ଜବତ କରି ହାଟଭରଣ୍ଡୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଛି । ଘଟଣା ସ୍ଥଳରେ ଚାପା ଉତେଜନା ଜାରି ରହିଛି ।

Comments are closed.