Latest Odisha News

BREAKING NEWS

କଲିକତାର ମା’ ଦକ୍ଷିଣେଶ୍ୱରୀ କାଳୀ ମନ୍ଦିର, ଜାଣନ୍ତୁ ଏହି ମନ୍ଦିରର ରହସ୍ୟ

କୋଲକାତା: ଆସାମ ଏବଂ ବଙ୍ଗଳାରେ ମା ଦୁର୍ଗାଙ୍କର ଅଧିକାଂଶ ଶକ୍ତିପୀଠ ଅବସ୍ଥିତ। କଲିକତାରେ ହୁଗୁଳି ନଦୀ ତଟରେ ମା କାଳୀଙ୍କ ପ୍ରସିଦ୍ଧ ମନ୍ଦିର ଅବସ୍ଥିତ, ଯାହା ଦକ୍ଷିଣେଶ୍ୱରୀ କାଳୀ ମନ୍ଦିର ନାଁରେ ଜଣାଶୁଣା। ତେବେ ଆସନ୍ତୁ ଜାଣିବା ମାଁ ଙ୍କ ମନ୍ଦିର ବିଷୟରେ କିଛି ଅଜଣା କଥା।

ମା’ କାଳୀଙ୍କର ୪ ଟି ରୂପ ରହିଛି। ତାହା ହେଉଛି ଦକ୍ଷିଣ କାଳୀ, ଶ୍ମଶାନ କାଳୀ, ମାତୃ କାଳୀ ଏବଂ ମହାକାଳୀ। କୋଲକାତାର କାଲିଘାଟରେ ମା କାଳୀଙ୍କ ମନ୍ଦିରର ମୁଖ୍ୟ ଦେବୀ ହେଉଛନ୍ତି ଭବତାରିଣୀ । ଭାଗବତ ପୁରାଣରେ ୧୦୮, କାଳିକା ପୁରାଣରେ ୨୬, ଶିବଚରିତ୍ରରେ ୫୧, ଦୁର୍ଗା ସପ୍ତସତୀ ଏବଂ ତନ୍ତ୍ରଚୁଡାମଣିରେ ୫୨ଟି ଶକ୍ତି ପୀଠର ସଂଖ୍ୟା ଉଲ୍ଲେଖ କରାଯାଇଛି।

ମା’ କାଳୀଙ୍କୁ ଦେବୀ ଦୁର୍ଗାଙ୍କ ଦଶ ମହାବିଦ୍ୟା ମଧ୍ୟରୁ ଏକ ବୋଲି କୁହାଯାଇଥାଏ।ରାମକୃଷ୍ଣ ପରମହଂସଙ୍କ ଆରାଧ୍ୟ ଦେବୀ ମା’ କାଳୀଙ୍କ ବିଶ୍ୱପ୍ରସିଦ୍ଧ ମନ୍ଦିର କଲିକତାରେ ଅବସ୍ଥିତ। ମାନ୍ୟତା ଅନୁଯାୟୀ ଏହି ସ୍ଥାନରେ ଦେବୀ ସତୀଙ୍କ ଆଙ୍ଗୁଳି ପଡ଼ିଥିବା ଉଲ୍ଲେଖ ରହିଛି। ଏହିକାରଣରୁ ୫୧ଟି ଶକ୍ତି ପୀଠ ମଧ୍ୟରେ ଏହି ମନ୍ଦିର ସାମିଲ ରହିଛି।

୧୮୪୭ ମସିହାରେ ଯାନ ବଜାରର ମହାରାଣୀ ରାସମଣି ଏହି ମନ୍ଦିର ନିର୍ମାଣ କରିଥିଲେ। ୨୫ଏକର କ୍ଷେତ୍ରରେ ଅବସ୍ଥିତ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ୧୮୫୫ ମସିହାରେ ଶେଷ ହୋଇଥିଲା। ଏସବୁ ବ୍ୟତୀତ କଲିକତାର ଉତ୍ତରରେ ବିବେକାନନ୍ଦ ପୁଲ ନିକଟରେ ଅବସ୍ଥିତ କ୍ଷେତ୍ରକୁ କାଳୀଘାଟ କୁହାଯାଇଥାଏ।

Comments are closed.