Latest Odisha News

BREAKING NEWS

ଘରୋଇ କ୍ରିକେଟ ଖେଳିବେ ଈଶାନ, ଶ୍ରେୟାଶ

ନୂଆଦିଲ୍ଲୀ: ୱିକେଟକିପର ବ୍ୟାଟ୍ସମ୍ୟାନ ଈଶାନ କିଶାନ ଦୀର୍ଘ ଦିନ ହେବ ଭାରତୀୟ ଟିମରେ ସ୍ଥାନ ପାଇ ପାରୁ ନାହାନ୍ତି । ରିପୋର୍ଟ ମୁତାବକ ଈଶାନ ଏବଂ ଶ୍ରେୟାଶ ଆୟାର ଘରୋଇ କ୍ରିକେଟରେ ଅଧିକରୁ ଅଧିକ ସମୟ ଦେବା ପାଇଁ ନିଷ୍ପତି ନେଇଛନ୍ତି । ଆଗକୁ ଭାରତୀୟ ଟିମ କେତେଗୁଡିଏ ଆନ୍ତର୍ଜାତୀୟ ଟେଷ୍ଟ ଖେଳିବାକୁ ଯାଉଛି । ଏହା ମଧ୍ୟରେ ସେମାନେ ଭଲ ପ୍ରଦର୍ଶନ କରି ଟିମ ଇଣ୍ଡିଆକୁ ଫେରିବାକୁ ଚାହିଁବେ । ତାମିଲନାଡୁରେ ହେବାକୁ ଥିବା ବୁଚି ବାବୁ ଟ୍ରଫି ପାଇଁ ଈଶାନ ଝାରଖଣ୍ଡ ପକ୍ଷରୁ ଖେଳିବେ । ସେ ଏଥିରେ ଦଳର ନେତୃତ୍ୱ ମଧ୍ୟ ନେବେ । ଏହି ଟୁର୍ଣ୍ଣାମେଂଟ ୧୫ ଅଗଷ୍ଟରୁ ଆରମ୍ଭ ହେବ । ଶ୍ରେୟାଶ ଏହି ଟୁର୍ଣ୍ଣାମେଂଟରେ ମୁମ୍ବାଇ ପକ୍ଷରୁ ଖେଳିବେ ।

ଆୟାର ନିକଟରେ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ । ବୁଚି ବାବୁ ଟୁର୍ଣ୍ଣାମେଂଟରେ ମଧ୍ୟପ୍ରଦେଶ, ଦିଲ୍ଲୀ, ହରିୟାଣା, ହାଇଦ୍ରାବାଦ, ବେଙ୍ଗଲ, ମୁମ୍ବାଇ, ଜମ୍ମୁ ଏବଂ କଶ୍ମୀର, ଝାଡଖଣ୍ଡ, ଛତିଶଗଡ, ଗୁଜରାଟ, ଟିଏନସିଏ ଏକାଦଶ ଓ ଟିଏନସିଏ ଅଧ୍ୟକ୍ଷ ଏକାଦଶ ଟିମ ଅଂଶଗ୍ରହଣ କରିବେ ।

Comments are closed.