Latest Odisha News

ବାଂଲାଦେଶ, ଇଂଲଣ୍ଡ ବିପକ୍ଷ ସିରିଜ କାର୍ଯ୍ୟସୂଚୀରେ ପରିବର୍ତନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ମଙ୍ଗଳବାର ଆଗାମୀ ବାଂଲାଦେଶ ଓ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ କାର୍ଯ୍ୟସୂଚୀରେ ପରିବର୍ତନ କରିଛି । ବୋର୍ଡ ପକ୍ଷରୁ ଜାରୀ ଅପଡେଟ କାର୍ଯ୍ୟସୂଚୀରେ ବାଂଲାଦେଶ ବିପକ୍ଷ ଗୋଟିଏ ଟି୨୦ ମ୍ୟାଚ ଏବଂ ଇଂଲଣ୍ଡ ବିପକ୍ଷ ୨ଟି ମ୍ୟାଚରେ ପରିବର୍ତନ କରାଯାଇଛି । ଅକ୍ଟୋବର ୬ରେ ଧର୍ମଶାଳାରେ ବାଂଲାଦେଶ ବିପକ୍ଷରେ ପ୍ରଥମ ଟି୨୦ ଖେଳାଯିବାକୁ ଥିଲା । ତେବେ ଷ୍ଟାଡିୟମ କାର୍ଯ୍ୟ ଚାଲିଥିବାରୁ ଏବେ ଏହି ମ୍ୟାଚ ଗ୍ୱାଲିୟରରେ ଖେଳାଯିବ । ୨୦୧୦ ପରେ ଏଠାରେ ଆନ୍ତର୍ଜାତୀୟ ମ୍ୟାଚ ଖେଳାଯିବ । ୨୦୧୦ରେ ଏହି ପିଚରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଦିନିକିଆ କ୍ରିକେଟରେ ଦ୍ୱିଶତକ ମାରିଥିଲେ ।

ସେହିପରି ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ଭେନ୍ୟୁରେ ମଧ୍ୟ ପରିବର୍ତନ କରାଯାଇଛି । ପ୍ରଥମ ମ୍ୟାଚ କୋଲକାତା ବଦଳରେ ଚେନ୍ନାଇରେ ଖେଳାଯିବ । ସେହିପରି ଦ୍ୱିତୀୟ ମ୍ୟାଚ ଚେନ୍ନାଇ ବଦଳରେ କୋଲକାତାରେ ଆୟୋଜିତ ହେବ । କୋଲକାତା ପୋଲିସର ଅନୁରୋଧ କ୍ରମେ ଏଥିରେ ପରିବର୍ତନ କରାଯାଇଛି ।

Comments are closed.