Latest Odisha News

୩ ମାସ ବ୍ରେକ ନେବେ ମନୁ ଭାକର, ଶୁଟିଂ ବିଶ୍ୱକପରେ ଖେଳି ନ ପାରନ୍ତି

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତ ପାଇଁ ମନୁ ଭାକର ଶୁଟିଂରେ ୨ଟି ବ୍ରୋଞ୍ଜ ପଦକ ହାସଲ କରି କୀର୍ତିମାନ ସ୍ଥାପନ କରିଛନ୍ତି । ପ୍ରଥମ ଭାରତୀୟ ଭାବେ ସେ ଗୋଟିଏ ଅଲିମ୍ପିକ୍ସରେ ୨ଟି ପଦକ ଜିିତିଛନ୍ତି । ଅଲିମ୍ପିକ୍ସ ପରେ ମନୁ ୩ ମାସ ଶୁଟିଂରୁ ବ୍ରେକ ନେବା ପାଇଁ ନିଷ୍ପତି ନେଇଛନ୍ତି । ତାଙ୍କ କୋଚ ଜସପାଲ ରାଣା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ବିଶ୍ୱକପ ଖେଳିବେ କି ନାହିଁ ମୁଁ ଠିକ ଭାବେ ଜାଣିନି । ତେବେ ସେ ୩ ମାସ ବ୍ରେକ ନେଉଛନ୍ତି । ଦୀର୍ଘ ସମୟ ହେବ ସେ କଠିନ ପରିଶ୍ରମ କରୁଥିଲେ । କିଛି ଦିନ ବ୍ରେକ ନେବା ଜରୁରୀ ହୋଇପଡିଛି ବୋଲି ସେ କହିଛନ୍ତି । ଦିଲ୍ଲୀରେ ଶୁଟିଂ ବିଶ୍ୱକପ ୧୩ରୁ ୧୮ ଅକ୍ଟୋବର ପର୍ଯ୍ୟନ୍ତ ଖେଳାଯିବ ।

ମନୁ ବ୍ରେକ ପରେ ୨୦୨୬ ଏସିଆନ ଗେମ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡାରେ ମନୋନିବେଶ କରିବେ । ସୂଚନାଯୋଗ୍ୟ ମନୁ ଓ ପିଆର ଶ୍ରୀଜେଶ ଅଲିମ୍ପିକ ଉଦଯାପନୀ ଉତ୍ସବରେ ଭାରତର ଧ୍ୱଜବାହକ ହୋଇଥିଲେ । ମନୁ ସବୁଠାରୁ କମ ବୟସରେ ଆଇଏସଏସଏଫ ବିଶ୍ୱକପରେ ସ୍ୱର୍ଣ୍ଣ ପଦକ ଜିିତିଥିଲେ ।

Comments are closed.