Latest Odisha News

ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ସମୁଦ୍ର କୂଳରୁ ମୃତଦେହ ଉଦ୍ଧାର

ପୁରୀ: ପୁରୀରେ ପୁଣି ହତ୍ୟା। ବଳିଆ ପଣ୍ଡା ଥାନା ଅନ୍ତର୍ଗତ ସମୁଦ୍ର କୂଳରେ ଜଣେ ଯୁବକକୁ ଅତି ନିର୍ମମ ଭାବେ କରାଯାଇଛି ହତ୍ୟା। ମୃତ ଯୁବକ ଜଣକ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳର ରମାକାନ୍ତ ଦାସଙ୍କ ପୁଅ ପ୍ରହଲ୍ଲାଦ ଦାସ।

ପ୍ରହଲ୍ଲାଦଙ୍କ ମୁଣ୍ଡ, ବାମପାର୍ଶ୍ବ ଆଖି ଓ କାନକୁ ଅତି ନିର୍ମମ ଭାବେ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ବଳିଆ ପଣ୍ଡା ଥାନା ପୋଲିସ, ସଦର ଅତିରିକ୍ତ ଏସପିଙ୍କ ସହ ସଦର ଏସଡିପିଓ, ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି।

ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ପୋଲିସ ପକ୍ଷରୁ ମୃତକଙ୍କ ପରିବାରକୁ ଏନେଇ ଖବର ଦିଆଯାଇଥିବା ବେଳେ ପରିବାର ଲୋକେ ପହଞ୍ଚିବା ପରେ ହତ୍ୟାକାଣ୍ଡର‌ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ‌ ପକ୍ଷରୁ ସୂଚନା ମିଳିଛି।‌

 

Comments are closed.