ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ଏବଂ ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ ମୁଖ୍ୟ ରାଜୀବ କୁମାର ।
୨୦୧୪ ପରଠାରୁ ଜମ୍ମୁରେ ବନ୍ଦ ଥିଲା ନିର୍ବାଚନ । ୩୭୦ ଧାରା ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁରେ ନିର୍ବାଚନ ହେବାକୁ ଥିବା ବେଳେ ଏହା ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୧ ତାରିଖରେ ମୋଟ ୩ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ସେହିପରି ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଅର୍ଥାତ୍ ଅକ୍ଟୋବର ୧ରେ ଭୋଟ୍ ଗ୍ରହଣ କରାଯିବ । ଏହାପରେ ଉଭୟ ରାଜ୍ୟରେ ଅକ୍ଟୋବର ୪ରେ ଭୋଟ ଗଣତି ପ୍ରକ୍ରିୟା ହେବ ।
ତେବେ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେବା ପରେ ସୁପ୍ରିମକୋର୍ଟ ଏହାରେ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏନେଇ କୋର୍ଟ କହିଥିଲେ, ଜମ୍ମୁ-କଶ୍ମୀରକୁ ସେପ୍ଟେମ୍ବର ୩୦ ସୁଦ୍ଧା ଗଣତନ୍ତ୍ର ଫେରିବା ଦରକାର । ଗତ ମାସରେ ପ୍ରଧାନମନ୍ତ୍ରୀ ମୋଦି ଶ୍ରୀନଗର ଗସ୍ତରେ ଯାଇଥିବା ବେଳେ ମଧ୍ୟ ସେହି ସମାନ କଥା କହିଥିଲେ । ଖୁବ୍ ଶୀଘ୍ର ଏଠି ନିର୍ବାଚନ ହେବ ଏବଂ ରାଜ୍ୟବାସୀଙ୍କୁ ତାଙ୍କ ଅଧିକାର ପୁଣି ଥରେ ମିଳିବ ।
ଯାହାକୁ ନେଇ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ନିର୍ବାଚନ କମିଶନ । ଆଜି ଏନେଇ ବିଧିବଧ୍ଧ ଭାବେରେ ତାରିଖ ଘୋଷଣା କରାଯାଇଛି । ଏନେଇ ଇସି କହିଛନ୍ତି, ଅଗଷ୍ଟ ୨୦ ସୁଦ୍ଧା ସଂପୂର୍ଣ୍ଣ ଭୋଟର ତାଲିକା ବାହାରିଯିବ । ଏଥର ପାଖାପାଖି ୮୭ ଲକ୍ଷ ଭୋଟର ଭୋଟ ଦାନ କରିପାରନ୍ତି ବୋଲି ଆକଳନ କରିଛନ୍ତି ଇସିଆଇ ।
Comments are closed.