Latest Odisha News

କୋଲକାତା ଳଜ୍ଜା: ଏହା କେବଳ ଡାକ୍ତରମାନଙ୍କ ବିଷୟ ନୁହେଁ, ପୂରା ଦେଶ ଓ ସମାଜର ବିଷୟ

ଭୁବନେଶ୍ବର: କୋଲକାତାରେ ପୁଣି ନିର୍ଭୟା ଘଟଣାର ପୁନରାବୃର୍ତ୍ତି । ପୁଣି ଅତି ନୃସଂସ ଭାବେ ଏ ସମାଜର କୁତ୍ସକାର ଆଖି ଆଉ ଜଣେ ଝିଅର ଜୀବନକୁ ଛିନଭିନ୍ କରିଦେଇଛି । ଏହାକୁ ନେଇ ଏବେ ସାରା ଦେଶରେ ତେଜିଛି ଆନ୍ଦୋଳନ  । ଯାହାକୁ ନେଇ ଏହା କେବଳ ଡାକ୍ତର ସଂପ୍ରଦାୟଙ୍କର ନୁହେଁ ଏହା ପୂରା ଦେଶର ବିଷୟ ବୋଲି କହିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରର ରିଜିଜୁ ।

ଆଜି ରାଜ୍ୟରେ ବିଧାୟକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଭୁବନେଶ୍ବରରେ ପହଞ୍ଚିବା ପରେ କୋଲକାତା ଘଟଣାରେ ଡାକ୍ତରଙ୍କ ବିକ୍ଷୋଭ ନେଇ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗର ଘଟଣା ସ୍ବାସ୍ଥ୍ୟ କ୍ଷେତ୍ରରେ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି । ଏହା କେବଳ ଡାକ୍ତରଖାନା କି ଡାକ୍ତରଙ୍କୁ ନେଇ ବିଷୟ ନୁହେଁ, ଏହା ପୂରା ଦେଶର ବିଷୟ । ଏ ସମାଜରେ ସୁରକ୍ଷାର ବିଷୟ । ଯାହା ଚିନ୍ତାଜନକ ।

ତେବେ କହିରଖୁଛୁ, କୋଲକାତା ଆରଜି କର ମେଡିକାଲ କଲେଜରେ ଜଣେ ୩୦ ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଛି । ଆଜି ସାରା ଦେଶରେ ଏହାକୁ ନେଇ ତେଜିଛି ବିରୋଧ । ଦେଶର ଡାକ୍ତରମାନେ ଏହା ବିରୁଦ୍ଧରେ ସ୍ବର ଉଠାଇ ନ୍ୟାୟ ମାଗୁଛନ୍ତି । ହେଲେ ଚୁପ୍ ବସିଛନ୍ତି ପଶ୍ଚିମବଙ୍ଗ ସରକାର । ଖାଲି ଦୋଷୀଙ୍କୁ ଫାଶି ଦିଆଯିବ କହି ବସିଯାଇଛନ୍ତି । ଘଟଣାକୁ ପ୍ରଥମେ ତ ଆତ୍ମହତ୍ୟା କହି ରଫା ଦଫା କରିବାକୁ ଚାହୁଁଥିଲା କୋଲକାତା ପୋଲିସ । ପରେ ହାଇକୋର୍ଟଙ୍କୁ ମାମଲା ସିବିଆଇଙ୍କୁ ହସ୍ତାନ୍ତର କରିବାକୁ ପଡିଲା । ଯାହାପରେ ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି ସିବିଆଇ । ଏଥିରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ । ଯେ ଜଣେ ସୁରକ୍ଷା କର୍ମଚାରୀ ।

ସେପଟେ ମେଡିକାଲରେ ସବୁ ପ୍ରମାଣକୁ ନଷ୍ଟ କରିବାକୁ ପ୍ରଚେଷ୍ଟା କରିଛନ୍ତି ଦୁର୍ବୃତ୍ତ । ଗୋଟେ ପଟେ ଘଟଣାସ୍ଥଳରେ କିଛି ନିର୍ମାଣ କାମ ଆରମ୍ଭ ହୋଇଥିବା ବେଳେ, ଗତ ୧୪ ତାରିଖରେ ୭ ହଜାରରୁ ଅଧିକ ଆନ୍ଦୋଳନକାରୀ ମେଡିକାଲ କଲେଜ୍ ଭିତରକୁ ଧସେଇ ପଶିବା ସହିତ ସେଠି ଭଙ୍ଗାରୁଜା ଆରମ୍ଭ କରିଥିଲେ । ଯାହାର ଭିଡିଓ ଜାରି କରି ୧୯ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି ପୋଲିସ ।

ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ମହିଲା ଡାକ୍ତରଙ୍କ ପୋଷ୍ଟମର୍ଟମ ରିପୋର୍ଟ କହୁଛି, ତାଙ୍କୁ ଦୁଷ୍କର୍ମ କରାଯାଇଛି, ତାହା ବି ଏକାଧିକ ଲୋକଙ୍କ ଦ୍ବାରା । ପରେ ତାଙ୍କୁ ଅତି ନିର୍ମମ ଭାବରେ ହତ୍ୟା ବି କରାଯାଇଛି । କିନ୍ତୁ ଏସବୁ ପରେ ବି ଏହା ଉପରେ କିଛି ବି କାର୍ଯ୍ୟନୁଷ୍ଠାନ ହୋଇନାହିଁ । ସେପଟେ ମମତା ସରକାର ଏହାକୁ ନେଇ ନିଜ ସରକାରଙ୍କ ବିରୁଦ୍ଧରେ ପ୍ରୋଟେଷ୍ଟ ଆରମ୍ଭ କରିଛନ୍ତି । ଏଥିରେ ପୂରା ଦେଶ ବି ସାମିଲ ହୋଇଛି । ହେଲେ ଏହାର ଫଳାଫଳ କ’ଣ?

ସେପଟେ ଏହାରି ଭିତରେ ଉତ୍ତରାଖଣ୍ଡରେ ମଧ୍ୟ କିଛି ସମାନ ଘଟଣା ଘଟିଛି । ଯାହା ଦେଶରେ ନାରୀ ସୁରକ୍ଷାକୁ ନେଇ ଏକ ବଡ ପ୍ରଶ୍ନବାଚୀ ।

Comments are closed.