Latest Odisha News

BREAKING NEWS

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ରୁଜୁ ହେବ ମାମଲା

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ସିଦ୍ଧରମୈୟାଙ୍କ ଅଡୁଆ ବଢିଛି। ଜମି ଆବଣ୍ଟନ ଦୁର୍ନୀତି ଅଭିଯୋଗରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ବିରୋଧରେ ମମଲା ରୁଜୁ କରିବା ପାଇଁ ଶନିବାର କର୍ଣ୍ଣାଟକ ରାଜ୍ୟପାଳ ଅନୁମତି ଦେଇଛନ୍ତି।

ମୈସୁର ଅର୍ବାନ ଡେଭ୍ଲପମେଣ୍ଟ୍ ଅଥରିଟି (ଏମ୍ୟୁଡିଏ)’ ଜମି ଆବଣ୍ଟନରେ ଅନିୟମିତତା ଅଭିଯୋଗରେ ସିଦ୍ଧରମୟା ଅଡୁଆରେ ଫଶିଛନ୍ତି।ଜଣେ ଆରଟିଆଇ କାର୍ଯ୍ୟକର୍ତ୍ତାଙ୍କ ଅନୁରୋଧ କ୍ରମେ ଏହି ଅନୁମତି ଦେଇଛନ୍ତି ରାଜ୍ୟପାଳ।

ଆରଟିଆଇ କାର୍ଯ୍ୟକର୍ତ୍ତା ଟି.ଜେ ଆବ୍ରାହମ ମୈସୁର ସହରାଞ୍ଚଳ ବିକାଶ ପ୍ରାଧିକରଣ (MUDA) ଜମି ଆବଣ୍ଟନରେ ଘୋଟାଲା ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଥିଲେ।  ୨୦୨୧ ମସିହାରେ, ଏମ୍ୟୁଡିଏ କେସାରେ ଗ୍ରାମରେ ସିଦ୍ଧରମୟାଙ୍କ ପତ୍ନୀ ପାର୍ବତୀଙ୍କର 3 ଏକର ଜମି ଅଧିଗ୍ରହଣ କରିଥିଲା। ଏହା ପ୍ରତିବଦଳରେ ତାଙ୍କୁ ଦକ୍ଷିଣ ମୈସୁର ଅପକଲ୍ ବିଜୟାନଗର ଅଞ୍ଚଳରେ ଅନ୍ୟାନ୍ୟ ପ୍ଲଟ୍ ବଣ୍ଟନ କରାଯାଇଥିଲା।

ଏହି ଦୁର୍ନୀତି ସମ୍ପର୍କରେ ରାଜ୍ୟପାଳ ଜୁଲାଇ ୨୬ ରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ।

Comments are closed.