Latest Odisha News

BREAKING NEWS

ଆଖି ବୁଜିଲା ସବୁଠୁ ବଡ଼ ଦନ୍ତା ‘ରାମୁ’, ଚନ୍ଦକା ଡମପଡ଼ା ଅଭୟାରଣ୍ୟରୁ ମିଳିଲା ମୃତଦେହ

ଭୁବନେଶ୍ଵର: ଆଜି ଚନ୍ଦକା ଡମପଡ଼ା ଅଭୟାରଣ୍ୟରେ ସବୁଠୁ ବଡ଼ ଦନ୍ତା ହାତୀ ରାମୁର ମୃତଦେହ ଉଦ୍ଧାର ହୋଇଛି । ବିଦ୍ୟୁତ୍ ଆଘାତରେ ରାମୁର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ରାମୁର ମୃତ୍ୟୁ ଦେହ ଉଦ୍ଧାର କରିଛି ।

ସୂଚନା ମୁତାବକ, କିଛି ଦିନ ପୂର୍ବେ ଚନ୍ଦକା ବାଡ ଭାଙ୍ଗି ରାମୁ ସହର ମୁହାଁ ହୋଇଥିଲା । ଭୁବନେଶ୍ଵର ମୈତ୍ରୀ ବିହାର ଅଞ୍ଚଳରେ ହାତୀଟି ବୁଲୁଥିବା ଦେଖି ସ୍ଥାନୀୟ ଲୋକ ଭୟଭୀତ ହୋଇପଡିଥିଲେ । ପରେ ଖବରପାଇ ବନ ବିଭାଗ ଦନ୍ତା ରାମୁକୁ ଚନ୍ଦକା ଜଙ୍ଗଲରେ ଛାଡିଥିଲା ।

ଗତକାଲି ମଧ୍ୟ ରାଜ୍ୟରେ ଦୁଇ ଟି ହାତୀଙ୍କ ଜୀବନ ଯାଇଥିଲା । ଗୋଟିଏ ନାକଟିଦେଉଳ ଅଞ୍ଚଳରେ ବିଦ୍ୟୁତ ଆଘାତରେ ଏକ ହାତୀର ମୃତ୍ୟୁ ହୋଇଥିବା ବେଳେ ବଣାଇରେ ଟ୍ରେନ ଲାଇନରେ କଟି ଏକ ଛୁଆ ହାତୀର ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା ।

ତେବେ ଏତେ ସଂଖ୍ୟକ ହାତୀଙ୍କ ଜୀବନ ହାନୀ ଏବେ ଚିନ୍ତାର ବିଷୟ ପାଲଟିଛି ।

Comments are closed.