Latest Odisha News

BREAKING NEWS

କ୍ୟାପିଟାଲ ଡାକ୍ତରଖାନା ଏବଂ ବକୁଳ ଫାଉଣ୍ଡେସନର ଯାଆଁଳା ଗଛ ଅଭିଯାନ ଲୋକାର୍ପିତ

ଭୁବନେଶ୍ବର: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ କ୍ୟାପିଟାଲ ଡାକ୍ତରଖାନା ଆଉ ବକୁଳ ଫାଉଣ୍ଡେସନର ଯାଆଁଳା ଗଛ ଅଭିଯାନ ଲୋକାର୍ପିତ ହୋଇଯାଇଛି । ବକୁଳ ଫାଉଣ୍ଡେସନ ପକ୍ଷରୁ ଆରମ୍ଭ ହୋଇଥିବା ‘ମୋ ଗଛ’ ଅଭିଯାନର ୧୫ ତମ ବର୍ଷ ପୂର୍ତ୍ତି ଅବସରରେ ଏହି ଯାଆଁଳା ଗଛ ଅଭିଯାନର ଶୁଭାରମ୍ଭ ହୋଇଛି ।

ସ୍ତ୍ରୀ ରୋଗ ବିଶେଷଜ୍ଞ ମୁଖ୍ୟ ଅଧିକାରୀ ଡ଼ ସସ୍ମିତା ବେହୁରିଆ ସମସ୍ତଙ୍କୁ ସ୍ୱାଗତ କରିବା ସହ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଅବଗତ କରେଇଥିଲେ । ସେ କହିଥିଲେ, ପ୍ରତ୍ୟେକ ଦିନ ହସ୍ପିଟାଲରେ ନବ ଜନ୍ମିତ ଶିଶୁଙ୍କ ପିତାମାତାଙ୍କୁ ବକୁଳ ଫାଉଣ୍ଡେସନ ଗୋଟିଏ ଲେଖାଏଁ ଗଛ ଚାରା ଉପହାର ସ୍ବରୂପ ପ୍ରଦାନ କରିବ ଏବଂ ପ୍ରତି ବଦଳରେ ସେମାନଙ୍କ ଠାରୁ ଉଭୟ ଛୁଆ ସହ ଗଛର ଉଚିତ୍ ଯତ୍ନ ନେବା ଆଶା ରଖିବା ।

ସେହିପରେ, ଭାଇ ଭଉଣୀର ସମ୍ପର୍କ ଭଳି ଗଛ ଓ ଶିଶୁ ସମ୍ପର୍କର ଅତୁଟ ବନ୍ଧନ ପାଇଁ ରାକ୍ଷୀ ପୂର୍ଣ୍ଣିମା ହିଁ ଏହି ଅଭିଯାନର ଶୁଭାରମ୍ଭ ହେବା ପ୍ରକୃଷ୍ଟ ଅବସର ବୋଲି ବକୁଳ ଫାଉଣ୍ଡେସନର ପ୍ରତିଷ୍ଠାତା ସୁଜିତ ମହାପାତ୍ର ।

ଶ୍ରୀ ମହାପାତ୍ରଙ୍କ ଭାଷାରେ, ମୋ ଗଛ ଅଭିଯାନର ଲକ୍ଷ୍ୟ କେବଳ ଗଛ ପୋତି ନଦେଇ ବରଂ ଗଛ ସହ ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ କରିବା ଏବଂ ଏହା କ୍ରମଶଃ ପରମ୍ପରାଗତ ଅଭ୍ୟାସରେ ପରିଣତ ହେବା ଦରକାର । ତେଣୁ ସ୍ମୃତିରେ ଗଛ ରୋପଣ କରିବା, ଯେକୌଣସି ପର୍ବ, ଦିପାବଳୀ ହେଉ କି ନୂଆ ବର୍ଷ କି ଭାଲେଣ୍ଟାଇନ ଡେ, ଅବା ଜନ୍ମ ଦିନ କି ବିବାହ ଉତ୍ସବ କିମ୍ବା ବିବାହ ବାର୍ଷିକୀ ଅବସରରେ ଉପହାରରେ ଗଛ ଦେବାକୁ ପ୍ରୋତ୍ସାହନ ଦେଇ ଆସୁଛି ବକୁଳ ।

ବକୁଳ ଫାଉଣ୍ଡେସନର ମୋ ଗଛ ଅଭିଯାନ ସହ ଜଡିତ ଥିବା ନିର୍ଦ୍ଦେଶକ ଡ. ସୁଜାତା ମିଶ୍ର ଏବଂ ଡେଡି ଲୋକୁ (କୁଇ ଭାଷାରେ ଗଛ ମଣିଷ)ଙ୍କ ନେତୃତ୍ୱରେ କ୍ୟାପିଟାଲ୍ ହସ୍ପିଟାଲର ଡାକ୍ତରମାନେ ଆଜି ୨୫ ଜଣ ମାଆ ଏବଂ ସେମାନଙ୍କ ସମ୍ପର୍କୀୟ ମାନଙ୍କୁ ଗଛ ଚାରା ପ୍ରଦାନ କରିଥିଲେ । ଆଗକୁ ଗୋଟିଏ ବର୍ଷରେ ଡାକ୍ତରଖାନାରେ ନବଜନ୍ମିତ ୧୦ ହଜାର ପିଲାଙ୍କ ପାଇଁ ୧୦ ହଜାର ଗଛଚାରା ପ୍ରଦାନ କରାଯିବା ନେଇ ଲକ୍ଷ୍ୟ ରହିଛି ।

Comments are closed.