Latest Odisha News

ପୁଣି ରାଜ୍ୟସଭା ଯିବେ ମମତା ମହାନ୍ତ, ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ଵର: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପୁଣି ରାଜ୍ୟସଭାକୁ ଯିବେ ମମତା ମହାନ୍ତ । ରାଜ୍ୟସଭା ପ୍ରାର୍ଥୀ ଭାବେ ମମତା ମହାନ୍ତଙ୍କୁ ମନୋନୀତ କରିଛି ବିଜେପି । ତେବେ ପୁର୍ବରୁ ମମତା ପୁଣି ରାଜ୍ୟସଭାକୁ ଯିବା ନେଇ ଯେଉଁ ଚର୍ଚ୍ଚା ଧରିଥିଲେ ସେଥିରେ ବିରାମ ଲଗାଇ ବିଜେପି ତାର ରାଜ୍ୟସଭା ପ୍ରାର୍ଥୀନକା ନାମ ଘୋଷଣା କରିଛି ।

ସୂଚନାଯୁଗ୍ୟ ଯେ, ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୩୧ ତାରିଖରେ ବିଜେଡି ଏବଂ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ମମତା ମହାନ୍ତ । ଯାହାକୁ ନେଇ ନିଜ ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଥିଲେ ମମତା । ଯେଉଁଥିରେ ମମତା ଲେଖିଥିଲେ, ବିଜେଡିରେ ସେ ଅଲୋଡା ହୋଇପଡିଥିଲେ । ଦଳରେ ତାଙ୍କର ଆବଶ୍ୟକତା ସେ ଅନୁଭବ ନକରିବାରୁ ସେ ଦଳ ତ୍ୟାଗ କରୁଥିବା କହିଥିଲେ । ବିଜେଡି ଛାଡିବାର ଗୋଟିଏ ଦିନ ପରେ ବିଜେପିରେ ସାମିଲ ହୋଇଥିଲେ ମମତା । ବିଜେପି ଦିଲ୍ଲୀ ମୁଖ୍ୟାଳୟରେ ବିଜେପି କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପଦ୍ମ ଧରିଥିଲେ ମମତା ।

ସେପଟେ ରାଜ୍ୟସଭାର କାଳ ପୁରଣ ହେବା ପୂର୍ବରୁ ରାଜ୍ୟସଭା ସାଂସଦ ପଦ ଛାଡିଥିଲେ ମମତା । ଏହାପରେ ରାଜ୍ୟସଭାରେ ବିଜେଡିର ସଂଖ୍ୟା ଗରିଷ୍ଠତା ୯ ରୁ ୮କୁ ଖସିଥିଲା । ଏଥିସହ ୯ ରାଜ୍ୟର ୧୨ଟି ଆସନ ଖାଲି ପଡିଥିବାରୁ ସେହି ଆସନ ପାଇଁ ଉପନିର୍ବାଚନ ହେବା ନେଇ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ସେପ୍ଟେମ୍ବର ୩ରେ ଅନୁଷ୍ଠିତ ହେବ ରାଜ୍ୟସଭା ଉପନିର୍ବାଚନ । ସେଥିପାଇଁ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ । ଏହା ପୂର୍ବରୁ ବିଜେପି ତାର ପ୍ରାର୍ଥୀ ଘୋଷଣା କରିଛି ।

 

Comments are closed.