Latest Odisha News

ୟୁଏଇରେ ଆୟୋଜିତ ହେବ ଆଇସିସି ଟି୨୦ ମହିଳା ବିଶ୍ୱକପ

ନୂଆଦିଲ୍ଲୀ: ମହିଳା ଟି୨୦ ବିଶ୍ୱକପ କ୍ରିକେଟ ବାଂଲାଦେଶ ବଦଳରେ ୟୁଏଇରେ ଆୟୋଜିତ ହେବ ବୋଲି ମଙ୍ଗଳବାର ଆଇସିସି ସ୍ପଷ୍ଟ କରିଛି । ବାଂଲାଦେଶରେ ପୂର୍ବ ପ୍ରଧାନମନ୍ତ୍ରୀ ଶେଖ ହସୀନା କ୍ଷମତାରୁ ହଟିବା ସତ୍ୱେ ବାଂଲାଦେଶରେ ଅଶାନ୍ତି କମିବାର ନାମ ଧରୁନି । ଏହା ଦେଖି ଆଇସିସି ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଛି । ବାଂଲାଦେଶ ବୋର୍ଡ ଏହାକୁ ଆୟୋଜନ କରିବା ପାଇଁ ସମସ୍ତ ଉଦ୍ୟମ କରିଥିଲା । ବର୍ତମାନ ପରିସ୍ଥିତିକୁ ଅନୁଧ୍ୟାନ କଲେ ଏଠାରେ ବିଶ୍ୱକପ ଆୟୋଜନ କରିବା ବୁଦ୍ଧିମାନର କାମ ହେବନି ବୋଲି ସେ କହିଛନ୍ତି । ଏବେ ଏହାକୁ ୟୁଏଇରେ ଆୟୋଜନ କରାଯିବ । ତେବେ ଆୟୋଜକ ଅଧିକାର ଏବେ ବି ବାଂଲାଦେଶ ହାତରେ ରହିବ ।

ସବୁ କିଛି ଠିକ ଠାକ ହେବା ପରେ ବାଂଲାଦେଶରେ ଆଉ ଏକ ଆଇସିସି ଗ୍ଲୋବାଲ ଇଭେଂଟ ଆୟୋଜନ ଅଧିକାର ପ୍ରଦାନ କରାଯିବ ବୋଲି ଆଇସିସିର ମୂଖ୍ୟ କାର୍ଯ୍ୟକାରୀ ଜ୍ୟେଫc ଏଲର୍ଡିସ କହିଛନ୍ତି । ଶ୍ରୀଲଙ୍କା ଓ ଜିମ୍ବାୱେ ମଧ୍ୟ ଏହାକୁ ଆୟୋଜନ କରିବା ନେଇ ଆଗ୍ରହ ପ୍ରକାଶ କରିଥିଲେ । ଭାରତୀୟ ଟିମ ଅକ୍ଟୋବର ୪ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଏହା ପୂର୍ବରୁ ୱେଷ୍ଟଇଣ୍ଡିଜ ଓ ବାଂଲାଦେଶ ବିପକ୍ଷରେ ଭାରତ ଅଭ୍ୟାସ ମ୍ୟାଚ ଖେଳିବ ।

Comments are closed.