Latest Odisha News

ଆଜି ପୋଲାଣ୍ତ ଓ ୟୁକ୍ରେନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ପୋଲାଣ୍ଡ ଗସ୍ତରେ ଯାଇଛନ୍ତି। ଏହା ପରେ ସେ ଗୋଟିଏ ଦିନ ପାଇଁ ୟୁକ୍ରେନ ଗସ୍ତରେ ଯିବେ। ୪୫ ବର୍ଷ ମଧ୍ୟରେ ପୋଲାଣ୍ଡ ହେଉଛି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ପୋଲାଣ୍ଡର ୱାର୍ସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବ। ସେ ରାଷ୍ଟ୍ରପତି ଆଣ୍ଡ୍ରଜେ ସେବାଷ୍ଟିଆନ୍ ଡୁଡାଙ୍କୁ ଭେଟିବେ। ଏଥିସହ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହା ବ୍ୟତୀତ ପିଏମ ମୋଦୀ ପୋଲାଣ୍ଡରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ମଧ୍ୟ ଭେଟିବେ।

ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ ପ୍ରଧାନମନ୍ତ୍ରୀ ପ୍ରଥମେ ୨୧ ରୁ ୨୨ ଅଗଷ୍ଟ ମଧ୍ୟରେ ପୋଲାଣ୍ଡ ଗସ୍ତ କରିବେ ଏବଂ ପରେ ୨୩ ଅଗଷ୍ଟରେ ଯୁକ୍ରେନର ‘କିଭ୍’ ଗସ୍ତ କରିବେ। ଏଥିପାଇଁ ସେ ପୋଲାଣ୍ଡରୁ ୟୁକ୍ରେନ ପର୍ଯ୍ୟନ୍ତ ୧୦ ଘଣ୍ଟା ଟ୍ରେନରେ ଯାତ୍ରା କରିବେ। ୧୯୯୨ ରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ୟୁକ୍ରେନ ଗସ୍ତ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ୟୁକ୍ରେନ ଗସ୍ତ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୁତ ତଥା ବିସ୍ତାର କରିବାରେ ସହାୟକ ହେବ।

୨୦୨୪ ବର୍ଷ ଭାରତ ଏବଂ ପୋଲାଣ୍ଡ ମଧ୍ୟରେ ରାଜନୈତୀକ ସମ୍ପର୍କ ଗଠନର 70 ତମ ବାର୍ଷିକୀ ପାଳନ କରୁଛି । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ପୋଲାଣ୍ଡ ପ୍ରତିପକ୍ଷ ଡୋନାଲ୍ଡ ଟସ୍କଙ୍କୁ ଭେଟିବେ ଏବଂ ପୋଲାଣ୍ଡ ରାଷ୍ଟ୍ରପତି ଆଣ୍ଡ୍ରେଜେଜ୍‌ ଡୁଡା ପୋଲାଣ୍ଡ ଏବଂ ଉକ୍ତ ସ୍ଥାନରେ ଥିବା ଭାରତୀୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ପୋଲାଣ୍ଡର ରାଜଧାନୀ ୱାର୍ସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବ ।

Comments are closed.