Latest Odisha News

BREAKING NEWS

ମହଙ୍ଗା ହେଲା ‘ବ୍ଲାକ୍ ପାଗୋଡା’ ପରିଦର୍ଶନ: କୋଣାର୍କ ପ୍ରବେଶ ଶୁଳ୍କ ବୃଦ୍ଧି ହେଲା

କୋର୍ଣାକ: ଦର୍ଶକମାନଙ୍କ ପାଇଁ ମହଙ୍ଗା ହେଲା କୋର୍ଣାକ ସୂର୍ଯ୍ୟମନ୍ଦିରର ପରିଦର୍ଶନ କରିବା । ସୂଚନା ଅନୁଯାୟୀ ବିନା କୌଣସି ନିର୍ଦ୍ଦେଶାନାମାରେ ଏଏସ୍ଆଇ କତ୍ତୃପକ୍ଷ ପର୍ଯ୍ୟଟକମାନଙ୍କ ପାଇଁ ମନ୍ଦିରର ପ୍ରବେଶ ଶୁଳ୍କ ବୃଦ୍ଧି କରିଦେଇଛନ୍ତି । ସ୍ଥାନୀୟ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଶୁଳ୍କରେ ୧୦ ଟଙ୍କା ବୃଦ୍ଧି କରିଥିବା ବେଳେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ୧ ଶହ ଟଙ୍କା କରିଛନ୍ତି ।

ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ପ୍ରବେଶ ଶୁଳ୍କ ବୃଦ୍ଧି ପାଇବା ପରେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଦୀର୍ଘ ଦିନଧରି ମନ୍ଦିର ପ୍ରବେଶ ଶୁଳ୍କ ୧୦ ଟଙ୍କା ରହିଥିବାବେଳେ ୨୦୧୬ ଏପ୍ରିଲ ମାସରେ ଏହାକୁ ୩୦ ଟଙ୍କା କରାଯାଇଥିଲା ।

ତେବେ ସେ ସମୟରେ ସ୍ଥାନୀୟ ପର୍ଯ୍ୟଟକଙ୍କ ଠାରୁ ୩୦ ଟଙ୍କା ଲେଖାଁଏ ପ୍ରବେଶ ଶୁଳ୍କ ଆଦାୟ କରୁଥିବାବେଳେ ବିଦେଶୀ ପର୍ଯ୍ୟଟକମାନଙ୍କ ପାଇଁ ଶୁଳ୍କ୨ଶହ ୫୦ ରୁ ୫ଶହ ଟଙ୍କାକୁ ବୃଦ୍ଧି କରିଥିଲେ ।

ସୂଚନା ଅନୁସାରେ ଗତକାଲି ଏଏସ୍ଆଇ ପକ୍ଷରୁ ପ୍ରବେଶ ଶୁଳ୍କରେ ସ୍ଥାନୀୟ ପର୍ଯ୍ୟଟକଙ୍କ ପାଇଁ ୪୦ ଟଙ୍କା ଓ ବିଦେଶୀମାନଙ୍କ ପାଇଁ ୬ଶହ ଟଙ୍କା ଲେଖାହୋଇଥିବା ଏକ ନୋଟିସ୍ ଟିକେଟ୍ କାଣ୍ଟଟରରେ ଲଗାହୋଇଥିବା ଦେଖିବାକୁ ମିଳିଥିଲା ।

ଏହାକୁ ନେଇ କୋର୍ଣାକ ସୁରକ୍ଷା ସମିତିର ସଭାପତି ଓ ନାଗରିକ ସଙ୍ଗଠନ ପକ୍ଷରୁ ବର୍ଦ୍ଧିତ ଶୁଳ୍କକୁ ବିରୋଧ କରି ଟିକେଟ୍ କାଉଣ୍ଟର ଓ ମୁଖ୍ୟ ଗେଟ୍କୁ ବନ୍ଦ କରିଦିଆଯାଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବିକ୍ଷୋଭକାରୀଙ୍କୁ ବୁଝାସୁଝା ପରେ ମୁଖ୍ୟ ଗେଟ୍ ଖୋଲା ହୋଇଛି ।

Leave A Reply

Your email address will not be published.