Latest Odisha News

ରୋନାଲ୍ଡୋଙ୍କ ରେକର୍ଡ; ୟୁଟ୍ୟୁବରେ ଏଣ୍ଟ୍ରି ପରେ ୯୦ ମିନିଟରେ ୧୦ ଲକ୍ଷ ସବସ୍କ୍ରାଇବର

ନୂଆଦିଲ୍ଲୀ: ବିଶ୍ୱର ଖ୍ୟାତନାମା ଫୁଟବଲ ତାଲିକାରେ ରହିଥାନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ । ଏବେ ସେ ଡିଜିଟାଲ ଦୁନିଆରେ ପ୍ରବେଶ କରିଛନ୍ତି। ଏହି ଫୁଟବଲ୍ ଖେଳାଳି ନିଜର ୟୁଟ୍ୟୁବ୍ ଚ୍ୟାନେଲ୍ ଲଞ୍ଚ କରିଛନ୍ତି। ଚ୍ୟାନେଲ୍ ଲଞ୍ଚ କରୁକରୁ ପ୍ରଥମ ୯୦ ମିନିଟରେ ଏକ ମିଲିୟନରୁ ଅଧିକ ଲୋକେ ତାଙ୍କ ଚ୍ୟାନେଲକୁ ସବସ୍କ୍ରାଇବ କରିଥିଲେ। ଯାହା ଏକ ରେକର୍ଡ କରିଛି।

ପାଞ୍ଚ ଥରର ବଲନ୍ ଡି’ଆୱାର୍ଡ ବିଜେତା ରୋନାଲ୍ଡୋ ସାଉଦି ଆରବ କ୍ଲବ ‘ଅଲ ନାସର’ ପାଇଁ ଖେଳିଥାନ୍ତି। ଏହା ବ୍ୟତୀତ ସେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଆନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ପର୍ତ୍ତୁଗାଲର ପ୍ରତିନିଧିତ୍ୱ କରିଆସୁଛନ୍ତି।

Comments are closed.