Latest Odisha News

ବଢିଲା ଆଇପିଏସ୍‌ ଡିଏସ୍‌ କୁଟ୍ଟେ ଓ ଆଶିଷ ସିଂହଙ୍କ ଅଡୁଆ

ଭୁବନେଶ୍ବର: ବଢିଲା ବରିଷ୍ଠ ଆଇପିଏସ୍‌ ଡିଏସ୍‌ କୁଟ୍ଟେ ଓ ଆଶିଷ ସିଂହଙ୍କ ଅଡୁଆ । ଡି.ଏସ୍‌ କୁଟ୍ଟେ ଓ ଆଶିଷ ସିଂଙ୍କ ପ୍ରତି ହୋଇପାରେ କାର୍ଯ୍ୟାନୁଷ୍ଠାନ । ଉଭୟଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କଲା ଗୃହ ବିଭାଗ । ଉଭୟଙ୍କ ବିରୋଧରେ ଆସିଥିବା ଆରୋପର ୩୦ ଦିନ ଭିତରେ ଉତ୍ତର ଦେବାକୁ ଉଭୟଙ୍କୁ ବିଭାଗୀୟ ନିର୍ଦ୍ଦେଶ । ଧାର୍ଯ୍ୟ ସମୟରେ ଉତ୍ତର ନଦେଲେ ଏକପାଖିଆ ନିଷ୍ପତ୍ତି ନିଆଯିବାକୁ ଚେତାବନୀ ଦେଇଛି ଗୃହ ବିଭାଗ ।

ସୂଚନା ଅନୁସାରେ, ନିର୍ବାଚନ ଦିନ ଜଣେ ପ୍ରାର୍ଥୀଙ୍କୁ ଗିରଫ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଏବଂ ଖୋର୍ଦ୍ଧା ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ କି ନାହିଁ, ଟଙ୍କା ଓ ପଦବୀର ଦୁରୁପଯୋଗ କରି ନିର୍ବାଚନରେ ହସ୍ତକ୍ଷେପ କରିଥିଲେ କି ନାହିଁ, ଗୃହ ବିଭାଗକୁ ମିଥ୍ୟା କାରଣ ଦର୍ଶାଇ ଛୁଟିରେ ରହିବା ନେଇ ଆଶିଷ ସିଂଙ୍କୁ ଉତ୍ତର ମାଗିଛି ଗୃହବିଭାଗ।

ସୂଚନାଯୋଗ୍ୟ ଯେ, ୨୦୦୪ ବ୍ୟାଚର ଆଇପିଏସ୍ ଆଶିଷ ସିଂହ ଏବଂ ୧୯୯୭ ବ୍ୟାଚର ଆଇପିଏସ୍ ଡି.ଏସ. କୁଟ୍ଟେ ବର୍ତ୍ତମାନ ଗୃହ ବିଭାଗର ଓଏସଡି ଭାବେ ଦାୟିତ୍ଵ ତୁଲାଉଛନ୍ତି ।

Comments are closed.