Latest Odisha News

ତାଲିମ ନେବେ ନବ-ନିର୍ବାଚିତ ବିଜେଡ଼ି ବିଧାୟକ, ଦଳର ଅଭିଜ୍ଞ ନେତା ଦେବେ ପ୍ରଶିକ୍ଷଣ

ଭୁବନେଶ୍ୱର: ଆଜି ବିଜେଡ଼ି ବିଧାୟକଙ୍କ ପାଠଶାଳା ଆରମ୍ଭ ହେବ।। ତାଲିମ ନେବେ ବିଜେଡିର ୧୮ ନବ-ନିର୍ବାଚିତ ବିଧାୟକ। ବିଧାନସଭା ନୀତି ଓ ବିଧି ବ୍ୟବସ୍ଥା ସମ୍ପର୍କରେ ଦଳର ଅଭିଜ୍ଞ ବିଧାୟକ ଓ ନେତା ପ୍ରଶିକ୍ଷଣ ଦେବେ। ଆଜି ସକାଳ ୧୦ଟାରୁ ଆରମ୍ଭ ହେବ ବିଜେଡିର ନବ-ନିର୍ବାଚିତ ବିଧାୟକଙ୍କ ପ୍ରଶିକ୍ଷଣ ଶିବିର। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିବେ। ଶଙ୍ଖ ଭବନରେ ବିଜେଡ଼ି ବିଧାୟକ ନେବେ ପ୍ରଶିକ୍ଷଣ।

ବିଧାନସଭାରେ ଗତ ୧୭ ଓ ୧୮ ତାରିଖରେ ଆୟୋଜିତ ବିଧାୟକ ପ୍ରଶିକ୍ଷଣ ଶିବିରକୁ ବିଜେପିର ଦଳୀୟ ପ୍ରଶିକ୍ଷଣ ଶିବିର ଦର୍ଶାଇ ବୟକଟ୍ କରିଥିଲା ବିଜେଡି। ସେହିପରି କଂଗ୍ରେସ ମଧ୍ୟ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇନଥିଲା। ନିଜ ଦଳର ବିଧାୟକଙ୍କୁ ତାଲିମ ଦେବାକୁ ଶଙ୍ଖ ଭବନରେ ଆୟୋଜନ କରିଛି ବିଜେଡି। ରବିବାର ବିଜେଡି ବିଧାୟକମାନେ ସେଠାରେ ତାଲିମ ନେବେ।

ନବାଗତଙ୍କ ସମେତ ଦଳର ସମସ୍ତ ୫୧ ବିଧାୟକ ଉପସ୍ଥିତ ରହିବେ ଏହି କାର୍ଯ୍ୟକ୍ରମରେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସବୁଠାରୁ ଅଭିଜ୍ଞ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଗଣେଶ୍ୱର ବେହେରା, ବିକ୍ରମ କେଶରୀ ଆରୁଖ, ପ୍ରତାପ କେଶରୀ ଦେବ, ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ, ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ ଅମାତ ପ୍ରମୁଖ ବିଧାୟକମାନଙ୍କୁ ଜ୍ଞାନ ପ୍ରଦାନ କରିବେ। ରାଜ୍ୟ ପ୍ରସଙ୍ଗ ସମେତ ସ୍ଥାନୀୟ ପ୍ରସଙ୍ଗକୁ କିଭଳି ଉପସ୍ଥାପନ କରିବେ, ସେ ବାବଦରେ ସେମାନଙ୍କୁ ବିସ୍ତୃତ ଭାବେ ବୁଝାଯିବ।

 

Comments are closed.