Latest Odisha News

BREAKING NEWS

ଏହି ମନ୍ଦିରରେ ପ୍ରସାଦ ଭୋଗ ନ ହେଲେ ପତଳା ହୋଇଯାଆନ୍ତି ପ୍ରଭୁ କୃଷ୍ଣ

ଥିରୁଅନନ୍ତପୁରମ୍: ଆମ ଦେଶର ବିଭିନ୍ନ ସ୍ଥାନରେ ଏପରି ଅନେକ ମନ୍ଦିର ରହିଛି ଯାହା କି ତାର ନାମ, କଳାକୃତି ଏବଂ ରହସ୍ୟ ପାଇଁ ପ୍ରସିଦ୍ଧ । ଏପରି ମଧ୍ୟ କିଛି ମନ୍ଦିର ଅଛି ଯାହା ତାର ନିତି କାନ୍ତିକୁ ନେଇ ମଧ୍ୟ ପ୍ରସିଦ୍ଧ ଲାଭ କରିଛି । ଏପରି ଏକ ମନ୍ଦିର ଦକ୍ଷିଣ ଭାରତୀୟ ରାଜ୍ୟ କେରଳରେ ଅବସ୍ଥିତ । ପ୍ରାୟ ଦେଢ ହଜାର ବର୍ଷ ପୁରୁଣା ଏହି ମନ୍ଦିର । ଏହି ମନ୍ଦିରରେ ଭଗବାନ କୃଷ୍ଣଙ୍କ ଆରାଧନା କରାଯାଇଥାଏ। କୁହାଯାଏ ଯେ ଏହି ମନ୍ଦିରରେ ପ୍ରଭୁ କୃଷ୍ଣଙ୍କୁ ଅର୍ପଣ କରାଯାଉଥିବା ଭୋଗ ନିଜେ ଭଗବାନ ସେବନ କରିଥାନ୍ତି। ଏପରିକି ମନ୍ଦିରରେ ଦିନକୁ ୧୦ ଥର ଭଗବାନଙ୍କୁ ନୈବେଦ୍ୟ ଅର୍ପଣ କରାଯାଏ।

ଦକ୍ଷିଣ ଭାରତୀୟ ରାଜ୍ୟ କେରଳର ଥିରୁଅନନ୍ତପୁରମ୍ ଅଞ୍ଚଳରେ ଅବସ୍ଥିତ କୃଷ୍ଣ ମନ୍ଦିର କୌଣସି ରହସ୍ୟ ଠାରୁ କମ ନୁହେଁ। ବିଶ୍ୱାସ କରାଯାଏ ଯେ ଏହି ମନ୍ଦିରରେ ପୂଜା କରାଯାଉଥିବା ଭଗବାନ କୃଷ୍ଣଙ୍କୁ ବହୁତ ଭୋକ ଲାଗିଥାଏ । ଯେଉଁ କାରଣରୁ ଭଗବାନ କୃଷ୍ଣଙ୍କୁ ପ୍ରସାଦ ଅର୍ପଣ କରିବା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଥାଏ। ମନ୍ଦିରରେ ଦିନକୁ ୧୦ ଥର ଭଗବାନଙ୍କ ଉଦ୍ଦେଶ୍ୟରେ ପ୍ରସାଦ ଲାଗି ହୋଇଥାଏ। ବିଶ୍ୱାସ କରାଯାଏ ଯେ ଭଗବାନ କୃଷ୍ଣ ନିଜେ ଲାଗି ହେଉଥିବା ସେହି ପ୍ରସାଦ ଗ୍ରହଣ କରିଥାନ୍ତି।

ଥିରୁବରପ୍ପୁ କୃଷ୍ଣ ମନ୍ଦିର ସହ ଜଡ଼ିତ ଅନ୍ୟ ଏକ ବିଶେଷତ୍ୱ ​​ହେଉଛି ଚନ୍ଦ୍ର ଗ୍ରହଣ କିମ୍ବା ସୂର୍ଯ୍ୟ ପରାଗ ସମୟରେ ମଧ୍ୟ ବନ୍ଦ ହୋଇନଥାଏ। ଏନେଇ କୁହାଯାଏ ଯେ ଚନ୍ଦ୍ରଗ୍ରହଣ ସମୟରେ ଯଦି ମନ୍ଦିରରେ ଭୋଗ ଅର୍ପଣ କରାଯାଏ ନାହିଁ ତାହେଲେ ପ୍ରଭୁଙ୍କ ପ୍ରତିମା ବହୁତ ପତଳା ହୋଇଯାଉଥିଲା। ଏହା ପରେ ଆଦି ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ଚନ୍ଦ୍ର ଗ୍ରହଣର ସୂତକ ସମୟରେ ମଧ୍ୟ ଭଗବାନଙ୍କୁ ପ୍ରସାଦ ଅର୍ପଣ କରିବା ଆରମ୍ଭ ହୋଇଥିଲା।

Comments are closed.