Latest Odisha News

BREAKING NEWS

ଭୟାବହ ଅଗ୍ନିକାଣ୍ଡ: ୩୦ ବଖରା ଜଳିପୋଡ଼ି ପାଉଁଶ, ୩ ଗାଈ ଜୀବନ୍ତ ଦଗ୍ଧ

ପୁରୀ: ସତ୍ୟବାଦୀ ବ୍ଲକ ଆଳିଶ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ୩୦ ବଖରାରୁ ଅଧିକ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଏଥିସହ ନିଆଁରେ ୩ଟି ଗାଈ ଗୋରୁ ଜୀବନ ଦଗ୍ଧ ହୋଇଯାଇଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଖବର ଆସିଛି।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ଘରେ ନିଆଁ ଲାଗିଯାଇଥିଲା। ସଙ୍ଗେ ସଙ୍ଗେ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚିବା ଭିତରେ ନିଆଁରେ ଘରର ଆସବାବ ପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ନିଆଁର ପ୍ରକୋପ ଏତେ ଭୟାନକ ଥିଲା ଯେ ୧୫ ଟି ପରିବାରର ୩୦ରୁ ଅଧିକ ବଖରା ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ସେହିରରି ୩ଟି ଗାଈ ଜୀବନ୍ତ ଜଳିଗଲେ।

ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁ କିପରି ଲାଗିଲା ତାହା ଜଣାପଡ଼ିନାହିଁ। ସର୍ଟ ସର୍କିଟ କାରଣ ନା ଅନ୍ୟ କଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

Comments are closed.