Latest Odisha News

BREAKING NEWS

ସୋଫା ଉପରେ ବସିଥିଲେ ବ୍ୟକ୍ତି, ସେଥିରୁ ଗର୍ଜନ କରି ବାହାରିଲା….

ବରଗଡ଼: ବରଗଡ଼ ମ୍ୟୁନିସପାଲିଟି ର ୧୭ ନମ୍ବର ୱାର୍ଡ ଅନ୍ତର୍ଗତ ଅମ୍ବାପାଲି ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସଞ୍ଜୀବ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ସୋଫା ରୁ ବାହାରିଲା ସାଢେ଼ ତିନି ଫୁଟ ଲମ୍ବର ନାଗ ସାପ ।

ଖବର ମୁତାବକ, ସକାଳୁ ସଞ୍ଜୀବ ସାହୁ ନିଜ ଘର ସୋଫା ଉପରେ ଶୋଇଥିବା ବେଳେ ସୋଫା ଭିତରୁ କିଛି ଗୋଟେ ଅଜବ ପ୍ରକାରର ଶଦ୍ଦ ଶୁଣିବା ପାଇଁ ପାଇଥିଲେ । ଉଠି ପଡ଼ି ଏପଟ ସେପଟ ଦେଖିଲେ ମଧ୍ୟ କିଛି ଜାଣି ପାରିଲେ ନାହିଁ । ପୁଣି ଭିତରୁ ସଂ ସଂ ଶଦ୍ଦ ଶୁଣି କିଛି ଜନ୍ତୁ ସୋଫା ଭିତରକୁ ପଶି ଯାଇଥିବା ସନ୍ଦେହ କରିଥିଲେ ।

ସେଇ ଘଟଣା ବିଷୟରେ ଅନୁସନ୍ଧାନ କରିବା ପାଇଁ ସ୍ନେକ୍ ହେଲ୍ପ ଲାଇନ କୁ ଫୋନ୍ କରିଥିଲେ । ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ରମଣ କୁମାର ବାଗ୍ ଘଟଣା ସ୍ଥଳରେ ପହଞ୍ଚି ସୋଫା ଚାରିପଟେ ବୁଲି ତାଙ୍କର ସ୍ନେକ୍ ହୁକ୍ ବା ସାପଧରା ଷ୍ଟିକ୍ ସାହାଯ୍ୟରେ ସୋଫା କୁ ଅଲଗା ଅଲଗା ଯାଗାରେ ଖଡଖଡ କରିବାରୁ, ସୋଫା ଭିତରୁ ସେଇ ଭଳି ଶବ୍ଦ ପୁଣି ଶୁଣା ଯାଇଥିଲା ।

ଶେଷରେ ସୋଫା ପଛ ପଟେ ଯେଉଁ କପଡ଼ା ସିଲେଇ ହୋଇଥାଏ, ତାକୁ ଖୋଲିବା ପରେ ଗୋଟିଏ କୋଣରେ ମୂଷା କଣା କରିଥିବା ଜଣା ପଡିଥିଲା । ମୂଷାଙ୍କୁ ଗୋଡେଇ ସାପ ସେଇ ବାଟ ଦେଇ ସୋଫା ଭିତରକୁ ପଶିଥିବା କଥା ରମଣ ଜାଣି ପାରିଥିଲେ । ସୋଫା ପଛ ପଟ କପଡ଼ା ଖୋଲିବା ପରେ ଏକ ସାଢେ଼ ତିନି ଫୁଟ ଲମ୍ବର ନାଗ ସାପ ଭିତରକୁ ଗର୍ଜନ କରୁଥିବା ଦେଖିବାକୁ ମିଳିଲା ।

ସ୍ନେକ୍ ହୁକ୍ ଦ୍ଵାରା ସୋଫା ଭିତରୁ ସାପଟିକୁ ଭିଡ଼ି ବାହାର କରିବା ପରେ ତାକୁ ବ୍ୟାଗ୍ ରେ ଭର୍ତ୍ତି କରିଥିଲେ ରମଣ । ଏହାପରେ ସାପଟିକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି । ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଭୟର ବାତ୍ତାବରଣ ଦେଖାଦେଇଛି ।

Comments are closed.