Latest Odisha News

ଦୁର୍ନୀତିଗ୍ରସ୍ତଙ୍କ ପ୍ରତି ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ: ଜଷ୍ଟିସ ପଶାୟତ

ଭୁବନେଶ୍ୱର: କଳାଧନ ଏସ୍‌ଆଇଟି ବୈଠକ ପରେ ଜଷ୍ଟିସ ଅରିଜିତ ପଶାୟତଙ୍କ ମନ୍ତବ୍ୟ । ଦୁର୍ନୀତି କମାଇବା ଉଦ୍ଦେଶ୍ୟ, ଦୁର୍ନୀତି କମିଲେ ସମସ୍ତଙ୍କ ଉନ୍ନତି ହେବ ବୋଲି କହିଛନ୍ତି ଜଷ୍ଟିସ ଅରିଜିତ ପଶାୟତ ।

ଜଷ୍ଟିସ ଅରିଜିତ ପଶାୟତ ଆହୁରି ମଧ୍ୟ କହିଛନ୍ତି ଯେ, ଦୁର୍ନୀତି ହେଉଥିବା ଜାଣିଲେ ଜଣାଇବା ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ । ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ହେଉଛି ତେଣୁ ରୋକ୍‌ ଲଗାଇବା ନିହାତି ଜରୁରୀ ବୋଲି କହିଛନ୍ତି ଜଷ୍ଟିସ ପଶାୟତ। ଦୁର୍ନୀତିଗ୍ରସ୍ତଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପରିକି ଦୁର୍ନୀତିଗ୍ରସ୍ତଙ୍କ ଆୟକର ଠକେଇର ଯାଞ୍ଚ କରାଯିବ ବୋଲି କହିଛନ୍ତି ଜଷ୍ଟିସ ପଶାୟତ । ତେବେ ଅନ୍‌ଲାଇନ୍‌ ଜୁଆ ଖେଳ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜଷ୍ଟିସ ପଶାୟତ।

Comments are closed.