Latest Odisha News

BREAKING NEWS

ଦିଲ୍ଲୀରେ ଭୂକମ୍ପ ଝଟକା ଅନୁଭୂତ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଯାହାର କମ୍ପନ ଦିଲ୍ଲୀ-ଏନସିଆର ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୭ ରହିଥିଲା।

ପୃଥିବୀ ପୃଷ୍ଠଠାରୁ ୨୫୫ କିଲୋମିଟର ଗଭୀରରେ ଏହି ଭୂକମ୍ପ ରେକର୍ଡ କରାଯାଇଛି। ଆଫଗାନିସ୍ତାନ ସମୟ ଅନୁଯାୟୀ, ସକାଳ ୧୧ଟା ୨୬ମି.ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। କାବୁଲଠାରୁ ଅଳ୍ପ ଦୂରରେ ଏହି ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା।ଫଳରେ ଲୋକ ଭୟରେ ଘରୁ ବାହାରକୁ ଚାଲି ଆସିଛନ୍ତି।

ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ପ୍ରଭାବ ଦିଲ୍ଲୀରେ ମଧ୍ୟ ଅନୁଭୂତ ହୋଇଥିଲା। ଦିଲ୍ଲୀ, ଦିଲ୍ଲୀ-ଏନସିଆର,ନୋଏଡା ଏବଂ ଗାଜିଆବାଦରେ ଏହି କମ୍ପନ ଅନୁଭୂତ ହୋଇଥିବା ନେଇ ସୂଚନା ମିଳିଛି। ତେବେ ଏହି ଭୂମିକମ୍ପ ଯୋଗୁ କାହାର କିଛି କ୍ଷୟକ୍ଷତି କିମ୍ବା କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ।

Comments are closed.