Latest Odisha News

ସତରେ କଣ ଏହି ଚୌକିରେ ଯିଏ ବସିବ ସେ ଆରପାରିକୁ ଯିବ !

ଲଣ୍ଡନ: ବିଜ୍ଞାନ ଯୁଗରେ ଏବେ ବି ଲୋକଙ୍କ ମନରେ ଅନ୍ଧବିଶ୍ୱାସ ସମ୍ପୂର୍ଣ୍ଣ ଭାବେ ଦୂର ହୋଇ ନାହିଁ । ନର୍ଥ ୟର୍କଶାୟରରେ ଏକ ମ୍ୟୁଜିୟମରେ ଏ ଭଳି ଏକ ଚୌକି ରହିଛି ଯାହାକୁ ଡେଥ ଚେୟାର କୁହାଯାଏ । ଲୋକଙ୍କ ମନରେ ଏବେ ବି ଭୟ ରହିଛି ଯେ, ଏହି ଚୌକିରେ ଯିଏ ବସିବ ସେ ଆରପାରିକୁ ଯିବ । ୩୦୦ ବର୍ଷ ତଳେ ନର୍ଥ ୟର୍କଶାୟରର ଥମାସ ବସବୀଙ୍କ ପାଖରେ ଏହି ଚୌକି ଥିଲା । ଥରେ ଥମାସଙ୍କ ଚୌକିରେ ତାଙ୍କ ଶ୍ୱଶୂର ବସିଥିଲେ । ଏହି ଛୋଟ ଘଟଣାରେ ସେ ଏତେ ମାତ୍ରାରେ କ୍ରୋଧୀତ ହୋଇଗଲେ ଯେ, ଶ୍ୱଶୂରଙ୍କୁ ହତ୍ୟା କରି ଦେଇଥିଲେ । ୧୭୦୪ରେ ତାଙ୍କୁ ଫାଶୀ ଦିଆ ଯାଇଥିଲା ।

ଫାଶୀ ପୂର୍ବରୁ ସେ ଅଭିଶାପ ଦେଇଥିଲେ ଯେ, ଯିଏ ଏହି ଚୌକିରେ ବସିବ ସେ ମୃତ୍ୟୁ ମୂଖରେ ପଡିବ । ଏହା ପରଠାରୁ ଲୋକକଥା ଅନୁସାରେ ଏହି ଚୌକିରେ ଯିଏ ବସିଛି ସେ ଆରପାରିକୁ ଚାଲିଯାଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ କେତେକ cସୈନିକ ଏହା ଉପରେ ବସିଥିଲେ । ପରେ ଆଶ୍ଚର୍ଯ୍ୟଜନକ ଭାବେ ସେମାନେ ମୃତ୍ୟୁମୁଖରେ ପଡିଥିଲେ । ଏହାର କାରଣ କଣ ହୋଇପାରେ ତାହା ଭିନ୍ନ କଥା । ମାତ୍ର ଲୋକଙ୍କ ମନରେ ଭୟ ଘର କରି ଆସିଥିଲା । ଏବେ ଏହି ଚୌକିକୁ ଦେଖିଲେ ମନରେ ଭୟ ସଂଚାର ହେଉଛି ।

Comments are closed.