Latest Odisha News

BREAKING NEWS

ମା’କୁ ମାରିବା ପରେ ଇନଷ୍ଟାଗ୍ରାମରେ ଲେଖିଲେ; ମୋତେ କ୍ଷମା କରିଦେବ… 

ଅହମ୍ମଦାବାଦ: ଜଣେ ବ୍ୟକ୍ତି ପ୍ରଥମେ ତାଙ୍କ ମାଆକୁ ହତ୍ୟା କଲେ। ତା’ପରେ ତାଙ୍କ ମୃତ ଶରୀର ସହିତ ସେଲଫି ନେଇ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି। ଏଭଳି ଚାଞ୍ଚଲ୍ୟକର ଘଟଣା ଗୁଜୁରାଟରେ ଘଟିଛି। ଏହି ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।

ମୃତ ମହିଳାଙ୍କ ନାମ ଜ୍ୟୋତିବେନ ଗୋସାଇ ହୋଇଥିବା ବେଳେ ତାଙ୍କ ବୟସ ୪୮ ବର୍ଷ ବୋଲି ଜଣାପଡିଛି। ତେବେ ମା’କୁ ମାରିବା ପରେ ସେ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ ସହ ଲେଖିଥିଲେ; ମୋତେ କ୍ଷମା କରିଦେବ ମା’; ମୁ ତୁମକୁ ମାରିଦେଲି…

ପ୍ରାରମ୍ଭିକ ଅନୁସନ୍ଧାନ ପରେ ଜଣାପଡିଥିଲା ​​ଯେ ଜ୍ୟୋତିବେନ ଦୀର୍ଘ ବର୍ଷ ଧରି ମାନସିକ ରୋଗରେ ପୀଡିତ ଥିଲେ। ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡା ହେଉଥିଲା। ଘଟଣା ଦିନ ପୁଅ ନୀଲେଶ ଏବଂ ଜ୍ୟୋତିବେନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଯାହା ପରେ ହିଂସାରେ ପରିଣତ ହୋଇଯାଇଥିଲା। ସେ ଛୁରୀରେ ମା’ଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ, ତାଙ୍କ ମା ତାଙ୍କଠାରୁ ଛୁରୀ ଛଡ଼ାଇ ନେଇଥିଲେ। ଯାହା ପରେ ନୀଲେଶ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ।

ତେବେ ୨୦ ବର୍ଷ ପୂର୍ବରୁ ଜ୍ୟୋତିବେନଙ୍କ ଛାଡପତ୍ର ହୋଇଥିଲା। ସେବେଠାରୁ ସେ ତାଙ୍କ ପୁଅ ନୀଲେଶଙ୍କ ସହ ରହିଆସୁଥିଲେ।

Comments are closed.