Latest Odisha News

BREAKING NEWS

ଆଜି ଛାଡଖାଇ: ଚଢ଼ା ଦରରେ ବିକ୍ରି ହେଉଛି ମାଛ ମାଂସ

ଭୁବନେଶ୍ୱର: ଦୀର୍ଘ ଏକ ମାସର କାର୍ତ୍ତିକ ବ୍ରତ ପରେ ଆଜି ଛାଡ଼ଖାଇ ପାଳନ କରୁଛନ୍ତି ଲୋକେ । ପବିତ୍ର କାର୍ତ୍ତିକ ମାସରେ ମାଛ, ମାଂସ ଆଣ୍ଡ ଆଦିରୁ ମୁଁହ ଫେରାଇ ନେଇ ଲୋକେ ଶୁଦ୍ଧ ସାତ୍ଵିକ ଖାଦ୍ୟ ଗ୍ରହଣ କରୁଥିଲେ । ତେବେ ଦୀର୍ଘ ୧ ମାସ ହେବ ଆମିଷ ଠାରୁ ଦୂରେଇ ରହିଥିବା ବେଳେ ବୁଧବାର ବର ଭଳି ଦିନରେ ଛାଡ଼ଖାଇ ପଡ଼ିଥିବାରୁ ଆମିଷ ପ୍ରିୟ ଲୋକଙ୍କ ଖୁସି କହିଲେ ନସରେ ।

ତେବେ ଚାହିଦାକୁ ନଜରରେ ରଖି ବେପାରୀ ମଧ୍ୟ ଏକଦମ ପ୍ରସ୍ତୁତ ଅଛନ୍ତି । ଆମିଷ ବେପାରୀ ମାନେ ସକାଳୁ ସକଳୁ ପସରା ଖୋଲି ଦେଇଛନ୍ତି । ଆମିଷ ବଜାରରେ ଦେଖିବାକୁ ମିଳିଛି ନାହିଁ ନଥିବା ଭିଡ଼। ଚଢ଼ା ଦାମରେ ବିକ୍ରି ହେଉଛି ମାଛ ମାଂସ ।

ଭୁବନେଶ୍ୱର ୟୁନିଟ-୪ରେ ଦିନକ ତଳେ ମଟନ କେଜି ପିଛା ୫୫୦ ଟଙ୍କା ଥିବା ବେଳେ ଆଜି କେଜି ପ୍ରତି ଏହାର ମୂଲ୍ୟ ରହିଛି ୬୫୦ ଟଙ୍କା । ଦରକୁ ଖାତିର ନକରି ଲୋକେ ମଧ୍ୟ ବ୍ୟାଗ ଭର୍ତ୍ତି କରି ମାଛ ଆଇଁଷ ଘରକୁ ବୋହି ନେଇ ଯାଉଛନ୍ତି।

Comments are closed.