Latest Odisha News

‘ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ନଜର ରଖିବ ଏଆଇ’

ଭୁବନେଶ୍ବର: ଜଙ୍ଗଲ ନିକଟବର୍ତ୍ତୀ ଜନବସତି ଗୁଡିକୁ ସୁରକ୍ଷିତ ରଖିବାକୁ ରାଜ୍ୟସରକାରଙ୍କ ପ୍ରୟାସ । ଏଣିକି ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ନଜର ରଖିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) । ଏହାର ସହାୟତାରେ ଜନବସତି ମୁହାଁ ହେଉଥିବା ବନ୍ୟ ତଥା ହିଂସ୍ର ଜନ୍ତୁଙ୍କ ଗତିବିଧି ଓ ଉପଦ୍ରବ ଉପରେ ନଜର ରଖିବାକୁ ଏଆଇର ସହାୟତା ନେବେ ରାଜ୍ୟ ସରକାର ।

ଏନେଇ ଆଜି ବିଧାନସଭାରେ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ସେ କହିଛନ୍ତି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଦ୍ବାରା ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ନଜର ରଖାଯାଇ ଲୋକଙ୍କୁ ସେମାନଙ୍କ କବଳରୁ ବଞ୍ଚାଯିବ ।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତିଯେ, ଏଥିପାଇଁ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଚନ୍ଦକା ବନଖଣ୍ଡର ଭରତପୁର, ଢେଙ୍କାନାଳ ବନଖଣ୍ଡର ହିନ୍ଦୋଳ ଓ ଅନୁଗୁଳ ବନ୍ତଳା ଠାରେ ଏହି ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହେବ ।

Comments are closed.