Latest Odisha News

କଂଗ୍ରେସରୁ ନିର୍ବାଚନ ଲଢିବେ କି ଭିନେଶ ଓ ବଜରଙ୍ଗ

ନୂଆଦିଲ୍ଲୀ: କୁସ୍ତି ଖେଳାଳି ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆ ଲୋକସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ରାହୁଲଙ୍କ ସହ ଦୁହିଁଙ୍କ ଫଟୋ ମଧ୍ଯ ଭାଇରାଲ ହେବାରେ ଲାଗିଛି।

ଯାହା ପରେ ଯେ ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଟିକେଟରୁ ହରିୟାଣା ବିଧାନସଭା ନିର୍ବାଚନରେ ​​ଏଣ୍ଟ୍ରି କରିବେ ବୋଲି କଳ୍ପନାଜଳ୍ପନା କରାଯାଉଛି।

ରିପୋର୍ଟ ଅନୁଯାୟୀ, ଭିନେଶ ଫୋଗଟଙ୍କୁ ଦାଦରିରୁ ଟିକେଟ୍ ଦିଆଯାଇପାରେ। ଅପରପକ୍ଷରେ ବଜରଙ୍ଗ ପୁନିଆ ବାଦଲିରୁ ଟିକେଟ ଚାହୁଁଥିବା ଜଣାପଡିଛି। କିନ୍ତୁ କଂଗ୍ରେସ ତାଙ୍କୁ କିଛି ଜାଟ ବହୁଳ ଆସନରୁ ଲଢିବା ନେଇ ଯୋଜନା କରୁଛି।

 

 

Comments are closed.