Latest Odisha News

ପାରା ଅଲିମ୍ପିକ୍ସ: ଇତିହାସ ରଚିଲେ ଧର୍ମବୀର

ପ୍ୟାରିସ:ଚଳିତ ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତ ରେକର୍ଡ ପ୍ରଦର୍ଶନ ଜାରୀ ରଖିଛି । ପୁରୁଷ କ୍ଲବ ଥ୍ରୋ(ଏଫ୫୧)ରେ ଧର୍ମବୀର ସ୍ୱର୍ଣ୍ଣ ଜିତି ଇତିହାସ ରଚିଛନ୍ତି । ସେ ତାଙ୍କ ୪ର୍ଥ ଉଦ୍ୟମରେ ୩୪.୯୨ ମିଟରକୁ ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଭାରତର ପ୍ରଣବ ସୂରମା ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଛନ୍ତି । ଏଥିସହ ଭାରତର ପଦକ ସଂଖ୍ୟା ୨୪ରେ ପଂହଚିଛି । ଟିମ ଇଣ୍ଡିଆ cଏ ପର୍ଯ୍ୟନ୍ତ ୫ ସ୍ୱର୍ଣ୍ଣ, ୯ ରୌପ୍ୟ ଓ ୧୦ ବ୍ରୋଞ୍ଜ ପଦକ ଜିିତିଛି ସର୍ବକାଳୀନ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି । ହରଭିନ୍ଦର ସିଂ ପ୍ରଥମ ଭାରତୀୟ ତୀରନ୍ଦାଜ ଭାବେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ସେ ପୋଲାଣ୍ଡର ଲୁକାସ ସିଆଜେକଙ୍କୁ ୬-୦ରେ ପରାସ୍ତ କରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଏହା ତାଙ୍କର ଦ୍ୱିତୀୟ ପାରା ଅଲିମ୍ପିକ୍ସ ପଦକ । ପଦକ ତାଲିକାରେ ଏବେ ଭାରତ ୧୩ତମ ସ୍ଥାନରେ ପଂହଚିଛି । ଚୀନ(୧୩୫), ବ୍ରିଟେନ(୭୪) ଓ ଆମେରିକା (୬୩) ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି । ଭାରତ ନିକଟରେ ଏବେ ବି ଆହୁରି କିଛି ପଦକ ଜିତିବା ସମ୍ଭାବନା ଥିବାରୁ କ୍ରୀଡାପ୍ରେମୀ ବେଶ ଉତ୍ସାହିତ ଅଛନ୍ତି ।

Comments are closed.